ମେଲବର୍ଣ୍ଣ ଟେଷ୍ଟ ପାଇଁ ଦଳରୁ ବାଦ ପଡିଲେ ବିଜୟ ଏବଂ ରାହୁଲ


ମେଲବର୍ଣ୍ଣରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଖେଳାଯିବାର ଅଛି, ଯେଉଁଥିପାଇଁ ଭାରତୀୟ ଦଳ ଏହାର ପ୍ଲେଇଙ୍ଗ ୧୧ର ଘୋଷଣା ମଧ୍ୟ କରିସାରିଛି । ସବୁଠାରୁ ବଡ କଥା ହେଲା ଏହି ଟେଷ୍ଟ ପାଇଁ ଏଥର ମୁରଲୀ ବିଜୟ ଏବଂ କେଏଲ ରାହୁଲଙ୍କ ଟିମରୁ ବାଦ ଦିଆଯାଇଛି । ଏହା ସହିତ ରୋହିତ ଶର୍ମାଙ୍କୁ ମଧ୍ୟ ପ୍ଲେଇଙ୍ଗ ଏକାଦଶରେ ସାମିଲ କରାଯାଇଛି ।
ସେପଟେ ଆଶ୍ୱିନୀ ଆହତ ଥିବା ହେତୁ ତାଙ୍କ ବଦଳରେ ଫିଲ୍ଡିଙ୍ଗ ଏକାଦଶରେ ରବିନ୍ଦ୍ର ଜାଡେଜାଙ୍କ ସ୍ଥାନ ଦିଆଯାଇଛି । ପର୍ଥ ଟେଷ୍ଟରେ ଖରାପ ପ୍ରଦର୍ଶନ ଯୋଗୁଁ ଏଥର ଉମେଶ ଯାଦବ ଦଳରୁ ବାଦ ପଡିଛନ୍ତି ।
ଟିମ ଇଣ୍ଡିଆର ପ୍ଲେଇଙ୍ଗ ଏକାଦଶ – ବିରାଟ କୋହଲି (ଅଧିନାୟକ), ଅଜିଙ୍କ ରାହାଣେ, ଚେତେସ୍ୱର ପୂଜାରା, ରୋହିତ ଶର୍ମା, ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମୀ, ଇଶାନ୍ତ ଶର୍ମା, ଜସପ୍ରୀତ ବୁମରା, ମୟଙ୍କ ଅଗ୍ରୱାଲ
ଅଷ୍ଟ୍ରେଲିଆ – ଏରାନ ଫିଞ୍ଚ, ମାର୍କସ ହ୍ୟାରିସ, ଉଷମାନ ଖଜ୍ଜା, ସନ ମାର୍ସ, ଟ୍ରେିବସ ହେଡ, ଟିମ ପେନ, ପେଟ କମିଙ୍ଗସ, ମିଚେଲ ଷ୍ଟାର୍କ, ନାଥନ ଲାଏନ ଏବଂ ହେଜଲହୁଡ ।


Share It

Comments are closed.