ସେମିଫାଇନାଲରେ ରୋହିତଙ୍କୁ ଅଟକାଇବାର କ୍ଷମତା ଏହି ବୋଲରଂ ପାଖରେ ରହିଛି


ଚଳିତ ବିଶ୍ୱକପରେ ହିଟ ମ୍ୟାନ ରୋହିତ ଶର୍ମା ଭଲ ଫର୍ମରେ ଥିବାବେଳେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟରେ ୫ଟି ଶତକ ଲଗାଇ ସର୍ବାଧିକ ରନ ତାଲିକାରେ ୬୪୭ ରନ ସଂଗ୍ରହ କରି ଶ୍ରେଷ୍ଠ ସ୍ଥାନରେ ରହିଛନ୍ତି । ତେବେ ଚଳିତ ବିଶ୍ୱକପର ସେମିଫାଇନାଲରେ ହିଟ ମ୍ୟାନ ରୋହିତ ଶର୍ମାଙ୍କୁ ଅଟକାଇବା ପାଇଁ ନ୍ୟୁଜିଲାଣ୍ଡର ଜଣେ ମାତ୍ର ବୋଲର ଅଛନ୍ତି, ଯାହାଙ୍କ ନାମ ହେଉଛି ‘ଟ୍ରେଣ୍ଟ ବୋଲ୍ଟ’ ।
କାରଣ ବିଶ୍ୱକପ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଅଭ୍ୟାସ ମ୍ୟାଚରେ ବୋଲ୍ଡଙ୍କ ଘାତକ ବୋଲିଂରେ ରୋହିତ ମାତ୍ର ୨ ରନ କରି ଆଉଟ ହୋଇଯାଇଥିବାବେଳେ ଭାରତ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ପରାଜୟ ମଧ୍ୟ ବରଣ କରିଥିଲା ।

ଦିନିକଆ ମ୍ୟାଚରେ ରୋହିତ ଏବଂ ବୋଲ୍ଟ ପରସ୍ପର ସହ ୧୨ ଥର ଆମନାସାମନା ହୋଇଥିବାବେଳେ ବୋଲ୍ଡ ୪ ଥର ରୋହିତଙ୍କୁ ନିଜ ଶୀକାର କରିଥିବାର ରେକର୍ଡ ମଧ୍ୟ ରହିଛି । ସେହିଭଳି ରୋହିତ, ବୋଲ୍ଟଙ୍କ ବିପକ୍ଷରେ ୨୨ ପ୍ରତିଶତ ହାରରେ ୧୩୬ ବଲ ଖେଳି ୮୮ ରନ ସଂଗ୍ରହ କରିଥିବାବେଳେ ଚଳିତ ବିଶ୍ୱକପ ସେମିଫାଇନାଲରେ ଉଭୟଙ୍କ ମଧ୍ୟରେ ହେବାକୁ ଥିବା ପ୍ରତିଦ୍ୱନ୍ଦିତା ଖେଳିପ୍ରେମୀଙ୍କୁ ଅତି ରୋମାଞ୍ଚକ ସ୍ତରକୁ ନେଇଯିବ ।
ସେପଟେ ଭଭୟ ଦଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇ ଫାଇନାଲକୁ କିପରି ଉତ୍ତୀର୍ଣ୍ଣ ହେବେ ସେଥିପାଇଁ ସମସ୍ତେ ଯଥା ସମ୍ଭବ ପ୍ରୟାସ କରିବେ । ସେହିଭଳି ରୋହିତ ଯଦି ଏହି ମ୍ୟାଚରେ ନିଜର ଷଷ୍ଠ ଶତକ ହାସଲ କରିନିଅନ୍ତି ତେବେ ସେ କ୍ରିକେଟ କିମ୍ବଦନ୍ତୀ ସଚିନଙ୍କୁ ମଧ୍ୟ ପଛରେ ପକାଇଦେବେ । ରୋହିତ ବିଶ୍ୱକପରେ ସର୍ବାଧିକ ରନ ସଂଗ୍ରହରେ ସଚିନଙ୍କ ଠାରୁ ମାତ୍ର ୨୭ ରନ ପଛରେ ଅଛନ୍ତି ।


Share It

Comments are closed.