ଓଡିଶାର ୧୨୦୦୦ କ୍ଷୁଦ୍ର ବ୍ୟବସାୟୀଙ୍କୁ ସଶକ୍ତ କରିଛି ଅନ୍‌ଗୋ ଡିଜିଟାଲ ପେମେଂଟ୍ ସଲ୍ୟୁସନ୍ସ


ଭୁବନେଶ୍ୱର: ଏଜିଏସ୍ ଟ୍ରାଞ୍ଜାକ୍ଟ ଟେକ୍ନୋଲୋଜିସ ଲିମିଟେଡ ତରଫରୁ ଭାରତର ଅନ୍ୟତମ ଅଗ୍ରଣୀ ଡିଜିଟାଲ ପେମେଂଟ୍ ବ୍ରାଣ୍ଡ, ଅନ୍‌ଗୋ ଏହାର ମୂଲ୍ୟ ସାପେକ୍ଷ ଓ ସୁରକ୍ଷିତ ଡିଜିଟାଲ ପେମେଂଟ୍ ସଲ୍ୟୁସନ୍ସ ମାଧ୍ୟମରେ ସାରା ଓଡିଶାର କ୍ଷୁଦ୍ର ବ୍ୟବସାୟୀ ମାନଙ୍କର ଦୈନନ୍ଦିନ ବ୍ୟବସାୟକୁ ପରିବର୍ତିତ କରି ସେମାନଙ୍କୁ ସଶକ୍ତ କରିଛି । ଅନ୍‌ଗୋ ବିଭିନ୍ନ ପିଓଏସ୍ ଆଧାରିତ ଓ ଡିଭାଇସ୍ ବିହୀନ ସମାଧାନ ଗୁଡିକ ସହିତ ଓଡିଶାର ୧୨୦୦୦ ରୁ ଅଧିକ ବ୍ୟବସାୟୀଙ୍କୁ ସଶକ୍ତ କରିଛି । ଭୁବନେଶ୍ୱରର ୧୬୦୦ରୁ ଅଧିକ ବ୍ୟବସାୟୀ ସେମାନଙ୍କର ଗ୍ରାହକମାନଙ୍କୁ ବାଧା ମୁକ୍ତ ଓ ସୁରକ୍ଷିତ ଟ୍ରାଞ୍ଜାକ୍ସନ ଅନୁଭୂତି ପ୍ରଦାନ କରିବା ପାଇଁ ଅନ୍‌ଗୋର ଡିଜିଟାଲ ପ୍ଲାଟ୍‌ଫର୍ମର ବ୍ୟବହାର କରୁଛନ୍ତି ।
ଏହି ମହାମାରୀ ସମଗ୍ର ଭାରତରେ ଡିଜିଟାଇଜେଶନର ଗତିକୁ ତ୍ୱରାନ୍ୱିତ କରିଛି । ଏହି ଅଭିବୃଦ୍ଧିକୁ ଆଗକୁ ବଢାଇବା ପାଇଁ ଅନ୍‌ଗୋ ଅଭିନବ ଡିଜିଟାଲ ସମାଧାନ ପ୍ରଦାନ କରୁଛି ଯାହା ପାରମ୍ପରିକ ବ୍ୟବସାୟ ଗୁଡିକୁ ସ୍ମାର୍ଟ ବ୍ୟବସାୟରେ ରୂପାନ୍ତରିତ କରୁଛି ।ବର୍ତମାନ ଅନ୍‌ଗୋର ଓଡିଶାରେ ୪୪୦ଟି ଡିଭାଇସ୍ ବିହୀନ ପେମେଂଟ୍ ଟଚ୍ ପଏଂଟ୍ ରହିଛି । ଏଥିରେ ଓଡିଶାର ୬୦ଟି ସ୍ଥାନରେ ଲିଙ୍କ୍‌-ଆଧାରିତ ପେମେଂଟ୍‌, କ୍ୟୁଆର୍‌-ଆଧାରିତ ପେମେଂଟ୍ ଓ ପେମେଂଟ୍ ଗେଟ୍‌ୱେ ସାମିଲ ରହିଛି । ଏଥିସହିତ ଅନ୍‌ଗୋ କାର୍ଡ-ଆଧାରିତ ପେମେଂଟ୍‌, କ୍ୟୁଆର୍ ପେମେଂଟ୍‌, ପିଓଏସ୍‌ରେ କ୍ୟାଶ୍‌, ବିଲ୍ ପେମେଂଟ୍‌, ଅନ୍‌ଗୋ ମୋଟର ଇନ୍ସ୍ୟୁରାନ୍ସ ଓ ଲୟାଲ୍‌ଟି ପ୍ରୋଗ୍ରାମ ଭଳିଏକାଧିକ ସେବା ମଧ୍ୟ ପ୍ରଦାନ କରୁଛି, ଯାହା ବ୍ୟବସାୟୀ ମାନଙ୍କୁ ସେମାନଙ୍କର ଗ୍ରାହକ ଅଭିଜ୍ଞତା ଉନ୍ନତ କରିବା ପାଇଁ ସକ୍ଷମ କରୁଛି ।
ଏ ସମ୍ପର୍କରେ ଇଣ୍ଡିଆ ଟ୍ରାଞ୍ଜାକ୍ଟ ସର୍ଭିସେସ୍ ଲିମିଟେଡ୍‌ର ଡିଜିଟାଲ ବିଜ୍‌ନେସ୍ ବିଭାଗର ଅଧ୍ୟକ୍ଷ ସୁନିଲ୍ ଖୋସ୍‌ଲା କହିଛନ୍ତିଯେ, ଅନ୍‌ଗୋରେ ଆମେ ଆମର ବ୍ୟବସାୟୀ ସହଯୋଗୀ ମାନଙ୍କୁ ବିସ୍ତୃତ ରେଞ୍ଜର ପେମେଂଟ୍ ସମାଧାନ ପ୍ରଦାନ କରି ଡିଜିଟାଲ ଅସମାନତାକୁ ଦୂର କରିବାକୁ ଚେଷ୍ଟା କରୁଛୁ । ବିଗତ ବର୍ଷ ଗୁଡିକରେ ଆମେ ବିଭିନ୍ନ ଡିଜିଟାଲ ଅଭିଯାନ ସମ୍ପର୍କରେ ଆମର ବ୍ୟବସାୟୀ ମାନଙ୍କୁ ଶିକ୍ଷିତ କରିବା ପାଇଁ ପ୍ରୟାସ କରିଛୁ, ଯାହା ସେମାନଙ୍କୁ କଷ୍ଟମାଇଜ୍‌ଡ ସମାଧାନ ଓ ଭାଲ୍ୟୁ-ଆଡେଡ୍‌ସର୍ଭିସ୍ ପ୍ରଦାନ କରିବାରେ ସାହାଯ୍ୟ କରିବ । ଯାହାକି ଟ୍ରାଞ୍ଜାକ୍ସନକୁ ସରଳ କରିପାରିବ, ଦୈନିକ ଆଧାରରେ କାର୍ଯ୍ୟକୁ ସୁଗମ କରିପାରିବ ଏବଂ ରାଜ୍ୟରେ କ୍ଷୁଦ୍ର ବ୍ୟବସାୟ ଗୁଡିକ ପାଇଁ ଅଭିବୃଦ୍ଧିରେ ସହାୟକ ହୋଇପାରିବ ।”


Share It

Comments are closed.