ମେ ୧୭ରେ ଭାରତରେ ଲଞ୍ଚ ହେବ ୱାନ ପ୍ଲସ ୬


ବିଶ୍ୱସ୍ତରୀୟ ପ୍ରିମିୟମ ସ୍ମାର୍ଟଫୋନ ବ୍ରାଣ୍ଡ ୱାନ ପ୍ଲସ ପକ୍ଷରୁ ୧୭ ମେ ୨୦୧୮ରେ ମୁମ୍ବାଇର ଏନଏସସିଆଇଠାରେ ୱାନପ୍ଲସ ୬ କାର୍ଯ୍ୟକ୍ରମ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ୱାନ ପ୍ଲସ ୬ର ପୂର୍ବ ପଞ୍ଜିକରଣ ସ୍ୱତନ୍ତ୍ରଭାବେ ଆମାଜନ.ଇନରେ କରାଯିବ ।
ଗତ ସପ୍ତାହରେ ୱାନ ପ୍ଲସ ଅଗାମୀ ଆଭେଞ୍ଜର ପାଇଁ ଇନଫିନିଟି ୱାର ପାଇଁ ଡିଜନୀ ସହିତ ସହବନ୍ଧିତ ହୋଇଛି ଯାହା ୨୭ ଏପ୍ରିଲ ୨୦୧୮ରେ ଥିଏଟରକୁ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ସହବନ୍ଧିତାର ଏକ ଅଂଶ ଅନୁଯାୟୀ, ୱାନପ୍ଲସ ୬ ମାର୍ଭଲ ଆଭେଞ୍ଜର ସିମୀତ ସଂସ୍କରଣ ଗ୍ରାହକ ମାନଙ୍କୁ ପ୍ରଥମ ସ୍ୱତନ୍ତ୍ର ସଂସ୍କରଣର ସ୍ମାର୍ଟଫୋନ ଅନୁଭୂତି ପ୍ରଦାନ କରୁଛି ବୋଲି ୱାନପ୍ଲସ ସମ୍ପ୍ରତି ଆସିଥିବା ଏକ ଭିଡିଓ ଟିଜରରୁ ଦୃଢୀକୃତ କରିଛି ।
ୱାନପ୍ଲସ ୬, ୨୫୬ ଜିବି ଷ୍ଟୋରେଜ ସହିତ ୮ଜିବି ରାମରେ ଉପଲବ୍ଧ । ଗ୍ରାହକଙ୍କୁ ଏକ ଅବିରତ ଅନୁଭୂତି ପ୍ରଦାନ ପାଇଁ ସ୍ପିଡ ଏବଂ ପ୍ରଦର୍ଶନକୁ ନଜରରେ ରଖି ଏହି ଫ୍ଲାଗସିପ ଅତ୍ୟାଧୁନିକ ପ୍ରୋସେସର କ୍ୱାଲକମ ସ୍ନାପଡ୍ରାଗନ ୮୪୫ ଏସଓସିରେ ପ୍ରସ୍ତୁତ । ଏହି ଆଗାମୀ ୱାନପ୍ଲସ ଫ୍ଲାଗସିପର ଗ୍ଲାସ ବ୍ୟାକରେ ନାନୋ ଟେକ କୋଟିଙ୍ଗର ୫ଟି ପ୍ରିଣ୍ଟେଡ ଲେୟାର ରହିଛି ଯାହା ସ୍ମାର୍ଟଫୋନ ଉଦ୍ୟୋଗରେ ପ୍ରଥମ । କମ୍ପାନୀ ପକ୍ଷରୁ ଏହା ମଧ୍ୟ ଦୃଢୀକୃତ କରାଯାଇଛି ଯେ ୱାନପ୍ଲସ ୬, ୩.୫ଏମଏମର ଏକ ହେଡଫୋନ ଜ୍ୟାକ ପ୍ରଦାନ କରିବ ।
ୱାନପ୍ଲସ ୬ର ଆଗାମୀ ଶୁଭାରମ୍ଭ ଅବସରରେ ୱାନପ୍ଲସ ଭାରତର ସାଧାରଣ ପରିଚାଳକ, “ବିକାଶ ଆଗ୍ରୱାଲ କହିଛନ୍ତିଯେ, ଭାରତରେ ୱାନପ୍ଲସର ଯାତ୍ରା ୨୦୧୭ରେ ଏକ ସଫଳତାର ବର୍ଷ ରହିଥିଲା ଏବଂ ଆମ୍ଭେମାନେ ଆମର ଗ୍ରାହକ ମାନଙ୍କୁ ସେମାନଙ୍କର କ୍ରମାଗତ ସହଯୋଗ ପାଇଁ କୃତଜ୍ଞତା ଜଣାଉଛୁ । ଆମ୍ଭେମାନେ ଡିଜାଇନ ଏବଂ ଶକ୍ତିର ଏକ ସୁନ୍ଦର ସମାହାର ୱାନପ୍ଲସ୬ ସହିତ ଆମର ଗ୍ରାହକମାନଙ୍କୁ ଶ୍ରେଷ୍ଠ ସ୍ମାର୍ଟଫୋନ ଅନୁଭୂତି ପ୍ରଦାନ ପାଇଁ ସର୍ବଦା କାର୍ଯ୍ୟରତ ।”


Share It

Comments are closed.