ଜାଣନ୍ତୁ ଦମଦାର ୱାପପ୍ଲସ୍ ୭ ସ୍ମାର୍ଟଫୋନର ଫିଚର


ୱାନପ୍ଲସ୍ ପକ୍ଷରୁ ଏହାର ପ୍ରିମିୟମ ଫ୍ଲାଗସିପ୍ ୱାନପ୍ଲସ୍ ୭ ସିରିଜର ଶୁଭାରମ୍ଭ କରାଯାଇଛି । ଉକ୍ତ ନୂତନ ସ୍ମାର୍ଟଫୋନ୍ ଦୃତ ଏବଂ ସରଳ ହୋଇଥିବା ସହିତ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ନିର୍ମିତ, ଯାହାକି ସ୍ମାର୍ଟଫୋନ୍ ଅନୁଭୂତି ଠାରୁ ଅଧିକ କିଛି ପ୍ରଦାନ କରିବା ପାଇଁ ସକ୍ଷମ । ଉକ୍ତ ଉଦ୍ୟୋଗରେ ଅତ୍ୟାଧୁନିକ ସ୍ମାର୍ଟଫୋନ୍ ଡ଼ିସପ୍ଲେ ବୈଶିଷ୍ଟ୍ୟ ସହିତ ୱାନପ୍ଲସ ୭ ପ୍ରୋ ହାର୍ଡ଼ଓୟାର ଏବଂ ସଫ୍ଟସୟାର ମିଶ୍ରଣ ମାଧ୍ୟମରେ ଉତ୍କୃଷ୍ଟ ଉପଭୋକ୍ତା ଅନୁଭୂତି ପ୍ରଦାନ କରିବ । ଉକ୍ତ ନୂତନ ସ୍ମାର୍ଟଫୋନ୍ରେ ଥିବା ଶକ୍ତିଶାଳୀ ଜ୍ଞାନକୌଶଳ ୱାନପ୍ଳସକୁ ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ସମୃଦ୍ଧକରି ଗଢିତୋଳିଛି ।

ଏହି ପରିପ୍ରେକ୍ଷୀରେ ୱାନପ୍ଲସର ପ୍ରତିଷ୍ଠାତା ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ପେଟେ ଲାଉ କହିଛନ୍ତିଯେ, “ଆମ୍ଭେମାନେ ଲୋକମାନଙ୍କୁ ଯଥାସମ୍ଭବ ଅନୁଭୂତି ପ୍ରଦାନ କରିବା ପାଇଁ ଅହରହ ଚେଷ୍ଠିତ । ସ୍ୱାଧିନତା ଏବଂ ଜୀବନକୁ ସମୃଦ୍ଧି କରିବା ହେଉଛି ଏକ ଉନ୍ନତ ଉପଭୋକ୍ତା ଅନୁଭୂତିର ଯଥାର୍ଥତା । ଆମ୍ଭେମାନେ ୱାନପ୍ଲସ ୭ ସିରିଜ  ସହିତ ଯାହା ନିର୍ମାଣ କରିିଛୁ, ତାକୁନେଇ ଅତ୍ୟନ୍ତ ଉତ୍ସାହିତ ।”

ଗ୍ରାହକମାନେ ୱାନପ୍ଲସ ୭ ପ୍ରୋକୁ ବାଙ୍ଗାଲୋର, ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ, ଚେନ୍ନାଇ, ପୂନେ ଏବଂ ଅହମଦାବାଦରେ ୧୫ ମେ, ଅପରାହ୍ନ ୭ରୁ ଲିମିଟେଡ଼୍ ଷ୍ଟକ ପପ-ଅପସରେ କ୍ରୟ କରିପାରିବେ ଏବଂ ୧୭ ମେ, ୨୦୧୯ରୁ ଦିଲ୍ଲୀ ପପ୍-ଅପରେ ଆରମ୍ଭ ହେବାକୁ ଯାଉଛି । ୱାନପ୍ଲସ୍ ୭ ସିରିଜର ଅନ୍ତର୍ଭୂକ୍ତ ୱାନପ୍ଲସ୍ ୭ପ୍ରୋ ମିରର ଗ୍ରେ, ୱାନପ୍ଲସ୍ ୭ ପ୍ରୋ ନେବୁଲା ବ୍ଲୁ, ୱାନପ୍ଲସ୍ ୭ ପ୍ରୋ ଆଲମଣ୍ଡ, ୱାନପ୍ଲସ୍ ୭ ମିରର ଗ୍ରେ, ୱାନପ୍ଲସ୍ ୭ ରେଡ଼୍, ୱାନପ୍ଲସ୍ ବୁଲେଟ ଓୟାରଲେସ୍୨ ର ମୁଲ୍ୟ ଯଥାକ୍ରମେ ୪୮,୯୯୯ କିମ୍ବା ୫୨,୯୯୯, ୫୨,୯୯୯ କିମ୍ବା ୫୭,୯୯୯, ୫୨,୯୯୯, ୩୨,୯୯୯ କିମ୍ବା ୩୭,୯୯୯, ୩୭,୯୯୯ ଏବଂ ୫,୯୯୦ ଟଙ୍କାରେ ଉପଲବ୍ଧ ।


Share It

Comments are closed.