ଭାରତରେ ଶୁଭାରମ୍ଭ ହେଲା ୱାନପ୍ଲସ ୬


ୱାନପ୍ଲସ ପକ୍ଷର ଆଜି ଏହାର ବହୁ ପ୍ରତିକ୍ଷୀତ ସ୍ମାର୍ଟଫୋନ “ୱାନପ୍ଲସ ୬କୁ ଭାରତୀୟ ବଜାରରେ ଶୁଭାରମ୍ଭ କରାଯାଇଛି । ୱାନପ୍ଲସ ଫ୍ଲାଗସିଫ ଅଲ-ଗ୍ଲାସ ଡିଜାଇନ ବୈ÷ଶିଷ୍ଟ୍ୟ ଆଧାରରେ ପ୍ରସ୍ତୁତ ୱାନପ୍ଲସ ୬ କମ୍ପାନୀ ର ସବୁଠାରୁ ମାର୍ଜିତ ହ୍ୟାଣ୍ଡସେଟ । ଏଥିରେ ୬.୨୮-ଇଞ୍ଚର ଟଚ ସ୍କ୍ରିନ ଡିସପ୍ଲେ ରହିଛି, ଯାହାର ରିସୋଲୁନ ୧୦୮୦ ଫିକ୍ସେଲ ବାଇ ୨୨୮୦ ଫିକ୍ସେଲ ରହିଛି । କ୍ୱାଲାକମର ଟେକ୍ନୋଲୋଜି ଏବଂ ୱାନପ୍ଲସର ଇଂଜନିୟରିଂ ସହ ଆସିଥିବା ୱାନ ୬ ବର୍ତ୍ତମାନ ସୁଦ୍ଧା କମ୍ପାନୀର ସବୁଠାରୁ ଦ୍ରୁତତ୍ତମ ହ୍ୟାଣ୍ଡସେଟ ।
ଏହାର ମୁଖ୍ୟ ବୈଶିଷ୍ଟ୍ୟତା ଦୃଷ୍ଟିରୁ ଫୋନଟିର ପଛ ଭାଗରେ ୧୬ ମେଗାଫିକ୍ସେଲର ମେନ କ୍ୟାମେରା ଏବଂ ୨୦ ମେଗାଫିକ୍ସେଲ ସେକେଣ୍ଡାରି କ୍ୟାମେରା, ଯାହାକି ଉପୋଭକ୍ତାଙ୍କୁ ସର୍ବୋତ୍ତମ ଫଟୋ ଉଠାଇବାରେ ସହାୟକ ହେବ । ୱାନପ୍ଲସ ୬ରେ ଥିବା ଅକ୍ସିଜେନ ଓଏସ ଅପରେଟିଙ୍ଗ ସିଷ୍ଟମ ଏକ ଦ୍ରୁତ, ସ୍ୱଚ୍ଛ ତଥା କଷ୍ଟମାଇଡ ଆଣ୍ଡ୍ରଏଡ ଅଭିଜ୍ଞତା ପ୍ରଦାନ କରିବ । ଏହି ଫୋନଟି ମାତ୍ର ଅଧ ଘଣ୍ଟାର ଚାର୍ଜରେ ୬ଦିନର ଚାଲିବାର କ୍ଷମତା ପ୍ରଦାନ କରୁଛି । ଏଥିରେ ୬ଜିବି ରାମ+୬୪ଜିବି ଷ୍ଟୋରେଜ ଏବଂ ୮ଜିବି ରାମ+୧୨୮ଜିବି ଷ୍ଟୋରେଜ ଥିବା ଦୁଇଟି ଭ୍ୟାରିଏଣ୍ଟର ବିକଳ୍ପରେ ଉପଲବ୍ଧ, ଯାହାକର ମୂଲ୍ୟ ରହିଛି ୩୪,୯୯୯ ଟଙ୍କା ଏବଂ ୩୯,୯୯୯ ଟଙ୍କା ।ଏହି ଫୋନଟି ମେ ୨୧ ସୁଦ୍ଧା ଆମାଜନ.ଇନ, ୱାନପ୍ଲସ.ଇନ ଏବଂ ବାଙ୍ଗାଲୋରରେ ଥିବା ୱାନପ୍ଲସ ଏକ୍ସିପେରିଏନ୍ସ ଷ୍ଟୋରରେ ଆର୍ଲି ଆକ୍ସେସ ସେଲ ହେବ । ମେ ୨୨ରୁ ଏହା ସମସ୍ତ ଚ୍ୟାନେଲରେ ଖୋଲା ବିକ୍ରି ଆରମ୍ଭ ହେବ । ଏହି ସ୍ମାର୍ଟଫୋନଟି ମିରର ବ୍ଲାକ, ମିଡ ନାଇଟ ବ୍ଲାକ, ସିଲ୍କ ହ୍ୱାଇଟ ଭଳି ତିନୋଟି ରଙ୍ଗରେ ଉପଲବ୍ଧ ।


Share It

Comments are closed.