ବର୍ତ୍ତମାନ ପିମ୍ପୁଡି ଅଣ୍ଡା ଖାଇ ଜୀବନ ବିତାଉଛନ୍ତି ପଦ୍ମଶ୍ରୀ ‘ଦୈତାରୀ ନାୟକ’


ଓଡିଶାର ଦୈତାରୀ ନାୟକଙ୍କୁ ତ ନିଶ୍ଚୟ ମନେ ଥିବ ? ସେ ସାରା ବିଶ୍ୱରେ ‘ମାଉଣ୍ଟେନ ମାଞ୍ଝି’ ତଥା ‘କେନାଲ ମ୍ୟାନ’ ନାମରେ ଖୁବ ପରିଚିତ । ୭୦ ବର୍ଷ ବୟସରେ ‘ସିଞ୍ଚାଇ’ ପାଇଁ ଏକାକୀ ଦୀର୍ଘ ୩ କିଲୋମିଟିର ପାହାଡକୁ କାଟି ରାସ୍ତା ନିର୍ମାଣ କରିଥିବା ଏହି ବ୍ୟକ୍ତି ଜଣକ ବର୍ତ୍ତମାନ ନିଜ ପଦ୍ମଶ୍ରୀ ସମ୍ମାନ ଫେରାଇବା ପାଇଁ ଚାହୁଁଛନ୍ତି । ତାଙ୍କୁ ଏହି ସମ୍ମାନ ଚଳିତ ବର୍ଷ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ମିଳିଥିଲା । କିନ୍ତୁ ଏହି ସମ୍ମାନ ଦ୍ୱାରା ତାଙ୍କୁ କୌଣସି ପ୍ରକାରର ସୁବିଧା ମିଳୁ ନାହିଁ । ସେ ଅତ୍ୟନ୍ତ ଗରୀବ ଅଟନ୍ତି । ତାଙ୍କୁ କେହି କାମ ମଧ୍ୟ ଦେଉ ନଥିବାବେଳେ ସେ ତେନ୍ଦୁ ପତ୍ର ଏବଂ ସାଧାରଣ ପାମ୍ପଡ ପ୍ରସ୍ତୁତ କରି ନିଜ ପରିବାରର ଭରଣ ପୋଷଣ କରିଥାନ୍ତି ।
୭୫ ବର‌୍ୟିୟ ଦୈତରୀ କହିଛନ୍ତି ଯେ, “ପଦ୍ମଶ୍ରୀ ସମ୍ମାନ ଦ୍ୱାରା ମୋତେ କୌଣସି ସାହାଯ୍ୟ ମିଳିଲା ନାହିଁ । ପ୍ରଥମ ମୋତେ ଦିନ ମଜୁରିଆ ଭାବେ କାମ ମିଳିଯାଉଥିଲା କିନ୍ତୁ ବର୍ତ୍ତମାନ ମୋତେ କୌଣସି କାମ ମିଳୁ ନାହିଁ । ଲୋକଙ୍କୁ ଏହା ଲାଗୁଛି ଯେ, ଏହି କାମ ମୋ ସମ୍ମାନ ଠାରୁ କମ୍ ଅଟେ । ବର୍ତ୍ତମାନ ଆମେ ପିମ୍ପୁଡିର ଅଣ୍ଡା ଖାଇ ବଞ୍ଚୁଛୁ ।”


ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ତାଙ୍କୁ ମାସିକ ୭୦୦ ଟଙ୍କା ଭତ୍ତା ମିଳୁଥିଲେ ମଧ୍ୟ ପରିବାରର ଭରଣପୋଷଣ ପାଇଁ ତାହା ଯଥେଷ୍ଟ ନୁହଁ । କେବଳ ଏତିକି ନୁହେଁ ଇନ୍ଦିରା ଆବାସ ପାଇଁ ତାଙ୍କୁ ମିଳିଥିବା ଘର ମଧ୍ୟ ବର୍ତ୍ତମାନ ଅଧା ଅଧୁରା ରହିଛି, ଯେଉଁଥିପାଇଁ ସେ ମାଟିର ଘରେ ରହିବା ପାଇଁ ବାଧ୍ୟ ହେଉଛନ୍ତି ।

ଦୈତାରୀ କେନ୍ଦୁଝର ଜିଲ୍ଲାର ତଳ ବୈତରଣୀ ଗାଁରେ ବସବାସ କରୁଥିବାବେଳେ ସେ ଚଳିତ ବର୍ଷ ରାଷ୍ଟ୍ରପତି ରାମ କୋବିନ୍ଦଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ପଦ୍ମଶ୍ରୀ, ଦେଶର ୪ର୍ଥ ବଡ ନାଗରିକ ସମ୍ମାନ ଥିବା ଦୈତାରୀଙ୍କ ଜୀବନିକୁ ନେଇ ଏକ ଫିଲ୍ମ ମଧ୍ୟ ପ୍ରସ୍ତୁତ ହୋଇ ସାରିଛି ।


Share It

Comments are closed.