ଦୀର୍ଘ ୬ ମାସ ପରେ ପୁଣିଥରେ ସୁଟିଙ୍ଗ ସେଟକୁ ଫେରିଲେ ସଲମାନ


ବିଗ୍ ବସ୍-୧୪ର ପ୍ରିମିୟର ଏପିସୋଡ ସୁଟିଂ କରିବା ପରେ ସଲମାନ ଖାନ୍ ଏବେ ତାଙ୍କ ଆଗାମୀ ଫିଲ୍ମର ସୁଟିଂ ଆରମ୍ଭ କରି ସାରିଲାଣି । ଦବଙ୍ଗ ଖାନ୍ ଏବେ ତାଙ୍କ ଆଗାମୀ ଫିଲ୍ମ ‘ରାଧେ : ଇୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’ର ସୁଟିଂ ସେଟ୍ କୁ ଦୀର୍ଘ ୬ମାସ ପରେ ଫେରିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ଫିଲ୍ମର ୮୦ ଭାଗ ସୁଟିଂ କାମ ଶେଷ ହୋଇ ସାରିଛି । ତେବେ ଫିଲ୍ମର ଗୋଟିଏ ଗୀତର ସୁଟିଂ ବାକି ଅଛି । ଫିଲ୍ମର ସୁଟିଂ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବାର ଥିଲା, କିନ୍ତୁ କରୋନା ଲକ୍ ଡାଉନ୍ ଯୋଗୁଁ ଏହା ସମ୍ଭବ ହୋଇପାରିଲା ନାହିଁ । ବର୍ତ୍ତମାନ ସଲମାନ ଫ୍ୟାନ୍ ମାନଙ୍କ ପାଇଁ ସୁଟି ସେଟ୍ କୁ ଫେରିବାର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସଲମାନ ଫଟୋରେ କଳା ଜ୍ୟାକେଟ୍ ପିନ୍ଧିଥିବାର ନଜର ଆସିଛନ୍ତି । ସଲମାନଙ୍କ ପଛ ପଟେ କ୍ୟାମେରା ଥିବାବେଳେ ସାମ୍ନା ପଟେ ଏକ କାର୍ ଏବଂ ବାଇକ୍ ରହିଛି । ଏହି ଫଟୋ ସହିତ ସଲମାନ କ୍ୟାପସନ୍ ଲେଖିଛନ୍ତି, ‘୬.୫ ମାସ ପରେ ସୁଟିଂ ସେଟ୍ କୁ ଫେରିଛି । ଏହା ଭଲ ଲାଗୁଛି । # ରାଧେ ।’ ସେପଟେ ଦିଶା ପାଟନୀ ମଧ୍ୟ ତାଙ୍କର ଏକ ଇନଷ୍ଟାଗ୍ରାମ ଷ୍ଟୋରୀରେ ଫିଲ୍ମ ‘ରାଧେ’ର ସୁଟିଂ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ।

View this post on Instagram

Back to shoot after 6 1/2 months … feels good #Radhe

A post shared by Salman Khan (@beingsalmankhan) on

 

ମିଡିଆ ରିପୋର୍ଟ ଅନୁଯାୟୀ, ସଲମାନ ଖାନ୍ ଙ୍କ ଫିଲ୍ମର ସେଟରେ କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରିପୋର୍ଟ ଅନୁଯାୟୀ, ମୁମ୍ବାଇ ବାହାରେ ସୁଟିଂ କରିବା ସମୟରେ ପ୍ରତିଦିନ ଯିବାଆସିବା କରିବାକୁ ଏଡାଇବା ପାଇଁ ପ୍ରଡକ୍ସନ ଟିମ୍ ଏନଡି ଷ୍ଟୁଡିଓ ନିକଟରେ ଏକ ହୋଟେଲ ବୁକ୍ କରିଛନ୍ତି ଯେଉଁଠାରେ ସମସ୍ତ ଟେକ୍ନିସିଆନ ରହିବେ । ସୁଟିଂ ସମୟରେ ସେମାନଙ୍କୁ ବାହାର ଲୋକଙ୍କୁ ଭେଟିବାକୁ ଦିଆଯିବ ନାହିଁ । ସବୁ କ୍ରୁ ସଦସ୍ୟଙ୍କ କରୋନା ପରୀକ୍ଷା କରାଯାଇଛି । ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି । ଖୁବ୍ ଶୀଘ୍ର ଦ୍ୱିତୀୟ ଥର ପରୀକ୍ଷା କରାଯିବ । ଯେଉଁଥିରେ ଅଭିନେତା ଏବଂ କୋର୍ ଟିମ୍ ସାମିଲ ହେବେ ।

କାହାର କିଛି ଦ୍ୱନ୍ଦ ସୃଷ୍ଟି ହେବ ଏଥିପାଇଁ ଏକ ସ୍ୱତନ୍ତ୍ର ଭିଡିଓ ମାଧ୍ୟମରେ ସେଟରେ ଅନୁସରଣ କରାଯିବାକୁ ଥିବା ପ୍ରୋଟୋକଲଗୁଡିକ ବିଷୟରେ ସମସ୍ତ କ୍ରୁଙ୍କୁ ସୂଚନା ଦିଆଯାଇଛି । ସୂତ୍ରରୁ ପ୍ରକାଶ ଯେ, ସେଟରେ ସ୍ୱଚ୍ଛତା ଏବଂ ଅନୁଶାସନ ପାଳନ କରିବା ପାଇଁ ଡାକ୍ତରୀ ଟିମ୍ ସହ ସଲମାନ ଖାନଙ୍କ ନିଜସ୍ୱ ବ୍ୟକ୍ତିଗତ ଡାକ୍ତରୀ ଟିମ୍ ଉପସ୍ଥିତ ରହିବେ ।

ଫିଲ୍ମ ‘ରାଧେ: ଇୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଫିଲ୍ମରେ ସଲମାନ ଖାନଙ୍କ ବିପକ୍ଷରେ ଅଭିନେତ୍ରୀ ଦିଶା ପଟନୀଙ୍କୁ ଦେଖିବାକୁ ମିଳିବ । ଦିଶା ଏବଂ ସଲମାନଙ୍କୁ ଅନସ୍କ୍ରିନରେ ରୋମାନ୍ସ କରୁଥିବାର ଦେଖିବାକୁ ଫ୍ୟାନ୍ସ ବେଶ୍ ଉତ୍ସାହିତ ଅଛନ୍ତି ।


Share It

Comments are closed.