ଆନ୍ତର୍ଜାତୀୟ ମହିଳା ଦିବସରେ ଜାଣନ୍ତୁ ଭାରତର କିଛି ପ୍ରେରଣାଦାୟୀ ମହିଳାଙ୍କ ସମ୍ପର୍କରେ


ମହିଳାମାନେ ଘର ପରିବାରଠାରୁ ଆରମ୍ଭ କରି ବାହାର କାର୍ଯ୍ୟ ପର୍ଯ୍ୟନ୍ତ ସବୁକିଛିର ଦାୟିତ୍ୱ ଖୁବ୍ ନିପୁଣତାର ସହ ତୁଲାଇପାରୁଛନ୍ତି । କିଛି ମହିଳା ଏଭଳି ଅଛନ୍ତି ଯିଏ ନିଜ କର୍ମ ମାଧ୍ୟମରେ ଅନ୍ୟ ପାଇଁ ପ୍ରେରଣା ପାଲଟିଛନ୍ତି ଓ ନିଜ ଜୀବନରେ ଖୁବ୍ ସଫଳତା ପାଇଛନ୍ତି । ଏଭଳି କିଛି ମହାନ୍ ନେତ୍ରୀଙ୍କୁ ଭାରତୀୟ ରାଜନୀତିରେ ଦେଖିବାକୁ ମଳିଛି । ଏହି ମହିଳାମାନେ ଭାରତୀୟ ରାଜନୀତିରେ କ୍ଷେତ୍ରରେ ନିଜ ନେତୃତ୍ୱ କ୍ଷମତାରେ ସମସ୍ତଙ୍କୁ ଚକିତ କରିଛନ୍ତି । ଆସନ୍ତୁ ଜାଣିବା ଏଭଳି ଅଦ୍ଭୁତ ନେତୃତ୍ୱ କ୍ଷମତାର ଧନୀ ସେହି ମହିଳାମାନଙ୍କ ସମ୍ପର୍କରେ ଯାହାଙ୍କ ଜୀବନରୁ ଆମେ ପ୍ରେରଣା ନେଇପାରିବା ।
ଦୀପକ ସନ୍ଧୁ: ଦୀପକ ସନ୍ଧୁ ଭାରତର ପ୍ରଥମ ମହିଳା ମୁଖ୍ୟ ସୂଚନା ଆୟୁକ୍ତ ଥିଲେ । ଦୀପକ ସନ୍ଧୁ ୫ ସେପ୍ଟେମ୍ବର ୨୦୧୩ରେ ଏହି ପଦରେ ନିଯୁକ୍ତ ହୋଇଥିଲେ । ତାଙ୍କର ଅଦ୍ଭୁତ ନେତୃତ୍ୱ କ୍ଷମତା କାରଣୁ ତାଙ୍କୁ ଭାରତୀୟ ସୂଚନା ସେବାରେ ଅନେକ ମହତ୍ୱପୂର୍ଣ୍ଣ ପଦର କାର୍ଯ୍ୟଭାର ଦିଆଯାଇଥିଲ । ପିଆଇବିର ପ୍ରଧାନ ମହାନିର୍ଦ୍ଦେଶକ, ମିଡିଆ ଏବଂ ସଂଚାର, ଡିଡି ନ୍ୟୁଜ୍‌ର ମହାନିର୍ଦ୍ଦେଶକ ଆଦି ପଦରେ ସେ କାର୍ଯ୍ୟରତ ଥିଲେ । ଏଥିସହିତ ଦୀପକ ସନ୍ଧୁ କାନ୍‌, ବର୍ଲିନ୍‌, ଭେନିସ୍ ଓ ଟୋକିଓରେ ଆନ୍ତର୍ଜାତୀୟ ଫିଲ୍ମ ସମାରୋହରେ ମଧ୍ୟ ଭାଗ ନେଇଥିଲେ ।
ଭି ଏସ୍ ରମାଦେବୀ: କର୍ଣ୍ଣାଟକର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିବା ରମାଦେବୀଙ୍କୁ ଭାରତର ପ୍ରଥମ ମହିଳା ନିର୍ବାଚନ ଆୟୁକ୍ତ ପଦଭାର ସମ୍ଭାଳିବାର ଗୌରବ ପ୍ରାପ୍ତ ହୋଇଥିଲା । ଭି ଏସ୍ ରମାଦେବୀ ୨୬ ନଭେମ୍ବରରୁ ୧୧ ଡିସେମ୍ବର ୧୯୯୦ ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ କାର୍ଯ୍ୟ କରିଥିଲେ । ସେ କର୍ଣ୍ଣାଟକର ପ୍ରଥମ ମହିଳା ରାଜ୍ୟପାଳ ମଧ୍ୟ ଥିଲେ । ଏଥିସହିତ ରମାଦେବୀ ଦେଶର ପ୍ରଥମ ମହିଳା ଭାବେ ରାଜ୍ୟସଭାର ସେକ୍ରେଟାରୀ ଜେନେରାଲ ପଦରେ ୧ ଜୁଲାଇ ୧୯୯୩ରୁ ୨୫ ସେପ୍ଟେମ୍ବର ୧୯୯୭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।
ମୀରା କୁମାର: ୩୧ ମାର୍ଚ୍ଚ ୧୯୪୫ରେ ଜନ୍ମିତ ମୀରା କୁମାର ଦଳିତ ସମ୍ପ୍ରଦାୟର ଥିଲେ ଓ ସେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ବାବୁ ଜଗଜ୍ଜୀବନ ରାମଙ୍କ ଝିଅ ଥିଲେ । ୧୯୮୫ରେ ସେ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ । ୨୦୦୯ରେ ମୀରା କୁମାର ଲୋକସଭାର ପ୍ରଥମ ମହିଳା ବାଚସ୍ପତି ହୋଇଥିଲେ । ମୀରା କୁମାର ୨ୟ ମହିଳା ଭାବେ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇଥିଲେ । ସେ ଏକାଧିକ ମନ୍ତ୍ରୀ ପଦରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ପ୍ରତିଭା ପାଟିଲ: ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ହେଉଛନ୍ତି ପ୍ରତିଭା ପାଟିଲ । ତାଙ୍କର ପୂରା ନନାମ ହେଉଛି ପ୍ରତିଭା ଦେବୀ ସିଂହ ପାଟିଲ । ପ୍ରତିଭା ପାଟିଲଙ୍କର ଜନ୍ମ ୧୯ ଡିସେମ୍ବର ୧୯୩୪ରେ ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାର ନନ୍ଦଗାଓଁରେ ହୋଇଥିଲା । ପ୍ରତିଭା ପାଟିଲ ୧୯୬୨ରେ ରାଜନୀତିରେ ପ୍ରବେଶ କରିଥିଲେ । ମାତ୍ର ୨୭ ବର୍ଷ ବୟସରଙ୍କ ସେ ଜଳଗାଓଁ ବିଧାନସଭାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।


Share It

Comments are closed.