ରିଲିଜ ହେଲା କାଜଲଙ୍କ ଆଗାମୀ ଫିଲ୍ମ ହେଲିକ୍ୟାପ୍ଟର ଇଲାର ଟ୍ରେଲର


ବଲିଉଡର ଆଗମୀ ଫିଲ୍ମ ହେଲିକ୍ୟାପ୍ଟର ଇଲାର ଟ୍ରେଲର ମୁକ୍ତିଲାଭ ହୋଇଯାଉଛି । ଏହି ଫିଲ୍ମର ମୁଖ୍ୟ ଭୂମିକାରେ କାଜଲଙ୍କୁ ଦେଖିବାକୁ ମିଳିବ । ଏଥିରେ ଜଣେ ମା’ଙ୍କ ଭୂମିକାରେ କାଜଲଙ୍କୁ ଦେଖିବାକୁ ମିଲିବ । ମିଳିଥିବା ସୂଚନା ମୁତାବକ କାଜଲଙ୍କ ଜନ୍ମ ଦିନକୁ ଖାସ ବନାଇବା ପାଇଁ ଅଜୟ ଦେବଗନ କାଜଲଙ୍କୁ ଭେଟି ସ୍ୱରୁପ ଏହି ଫିଲ୍ମର ଟ୍ରେଲର ରିଲିଜ କରୁଛନ୍ତି । ଏହି ଟ୍ରେଲରଟିକୁ କାଜଲଙ୍କ ଜନ୍ମଦିନ ପାଳନ କରି ସାରିବା ପରେ ରିଲିଜ କରାଯାଇଛି । ଅଜୟ ଦେବଗନ ଓ ଧବନ ଜୟନ୍ତିଲାଲ ଗଡ୍ଡା ଏହି ଫିଲ୍ମର ପ୍ରଯୋଜକ ଥିବାବେଳେ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଦୀପ ସରକାର । ଏହି ଫିଲ୍ମଟି ୭ ସେପ୍ଟେମ୍ବର ସମସ୍ତ ପ୍ରେକ୍ଷାଳୟ ମାନଙ୍କରେ ମୁକ୍ତିଲାଭ କରିବ ।

ଏହି ଫିଲ୍ମଟି ଆନନ୍ଦ ଗାନ୍ଧୀଙ୍କର ଗୁଜୁରାଟି ପ୍ଲେ ପୁଅ କଗୋଡୋ ଉପରେ ଆଧାରିତ ହୋଇଛି । ରିଲିଜ ହୋଇଥିବା ଫିଲ୍ମଟିର ଟ୍ରେଲର ରେ କାଜଲ ନିଜ ପୁଅ ସହ ଏକୁଟିଆ ସାରା ଜୀବନ ବଞ୍ଚୁଥିବାର ଦେଖିବାକୁ ମିଳିଛି । ଏପରି ଏକ ଦିନ ଆସୁଛି ଯେଉଁଥିରି ପିଲାଟି ବଡ ହେଇଯାଉଛି ଏବଂ ତା ପ୍ରତି ମା’ର ମମତା ବିରକ୍ତିକର ପାଲଟିଯାଉଛି ଓ ତାହାକୁ ନେଇ କ’ଣ ସବୁ ଘଟୁଛି ତାହା ଏହି ଫିଲ୍ମରେ ଦର୍ଶାଯାଇଛି । ଏହି ଫିଲ୍ମରେ କାଜଲ ଏକ ଗାୟିକା ଭୂମିକାରେ ନଜର ଆସିବେ, ଯିଏକି ନିଜ ପୁଅ ପାଇଁ ସବୁ କିଛି ବଳିଦାନ କରିଦଉଛନ୍ତି । ଏହା ପରେ ଏମତି ଏକ ସମୟ ଆସୁଛି ଯେଉଁଥିରେ ପୁଅ ମା’କୁ ଛାଡି ଚାଲିଯାଉଛି, ଯାହା ପରେ ଇଲାରେ ଜୀବନରେ ପରିବର୍ତ୍ତନ ଆସୁଛି ।


Share It

Comments are closed.