ଡକାଏତଙ୍କୁ ଚପଲ ଏବଂ ଚେୟାରରେ ମାରି ସାହାସିକତାର ପରିଚୟ ଦେଲେ ବୃଦ୍ଧ ଦମ୍ପତି, ଭିଡିଓ ଭାଇରାଲ


ତାମିଲନାଡୁରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଲା ଭଳି ଘଟଣା ଘଟିଛି । ଘଟଣା ମୁତାବକ ତାମିଲନାଡୁରେ ଜଣେ ବୃଦ୍ଧା ନିଜ ଘରେ ବସି ଆରାମ କରୁଥିବାବେଳେ ହଠାତ ଦୁଇ ଜଣ ଡକାୟତ ଚୋରି କରିବା ପାଇଁ ଘରୁ ଭିତରକୁ ପଶି ଆସି ଘର ବାରଣ୍ଡାରେ ବସିଥିବା ବୃଦ୍ଧାଙ୍କ ଉପରକୁ ମରଣାତ୍ମାକ ଆକ୍ରମଣ କରିବାକୁ ଲାଗିଲେ । ଏହାକୁ ଦେଖି ଘର ଭିତରେ ବୃଦ୍ଧାଙ୍କ ପତ୍ନୀ ତୁରନ୍ତୁ ବାହାରି ଆସିଲେ ଏବଂ ଉଭୟ ମିଶି କରି ଉକ୍ତ ଡକାଏତ ମାନଙ୍କର ଏଭଳି ଧୁଲେଇ କରିଲେ ଯାହା ଫଳରେ ଡକାଏତ ମାନେ ଚୋରି କରିବେ କ’ଣ ଓଲଟା ସେହି ସ୍ଥାନ ଛାଡି ଫେରାର ହୋଇଥିଲେ ।
ଏହା ଶୁଣିବାକୁ ବଲିଉଡ ଫିଲ୍ମର ଏକ କାହାଣୀ ଭଳି ଲାଗୁଥିବାବେଳେ କିନ୍ତୁ ଏହା ସତ ଅଟେ । ଏହି ଘଟଣାଟିର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିବାବେଳେ ବୃଦ୍ଧା ଏବଂ ବୃଦ୍ଧଙ୍କ ସାହାସିକତାର ପ୍ରଶଂସା ବର୍ତ୍ତମାନ ଚାରିଆଡେ ଛାଇଯାଇଛି ।

ମିଳିଥିବା ସୂଚନା ମୁତାବକ ଏହି ଘଟଣାଟି, ଗତ ରବିବାର ହୋଇଥିବାବେଳେ ଘଟଣାଟିର ସଂପୂର୍ଣ୍ଣ ୧ମିନିଟ ୧୫ ସେକେଣ୍ଡର ଅଟେ, ଯାହାକି ଘରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଯାଇଥିଲା ।


Share It

Comments are closed.