‘OMG 2’ର ଫାଷ୍ଟ ଲୁକ୍ ରିଲିଜ୍


ଫ୍ୟାନ୍ସଙ୍କୁ ଖୁବ୍ ଶୀଘ୍ର ଭେଟିଦେବାକୁ ଯାଉଛନ୍ତି ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର। ରିଲିଜ୍ ହେଲା ଓ ମାଁଇ ଗଡ ୨ ଫିଲ୍ମର ଫାଷ୍ଟ ଲୁକ୍। ଅକ୍ଷୟ କୁମାର ସୋସିଆଲ ମିଡିଆରେ ଫିଲ୍ମର ଫାଷ୍ଟ ଲୁକ୍ ସେୟାର କରିଛନ୍ତି। ଏଥିରେ ସେ ଭଗବାନ ଶିବଙ୍କ ରୂପରେ ନଜର ଆସିଛନ୍ତି। ଏହି ପୋଷ୍ଟକୁ ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି ଯେ, କର୍ତ୍ତା କରେ ନକର ସକେ ଶିବ କରେ ସୋ ହୋୟେ… #OMG2 ପାଇଁ ଆପଣମାନଙ୍କ ଶୁଭେଚ୍ଛା ଓ ଶୁଭକାମନା ଜରୁରୀ।

ଫିଲ୍ମ ମାଧ୍ୟମରେ ଏକ ସାମାଜିକ ବାର୍ତ୍ତା ଦେବାକୁ ଏହା ଆମର ଏକ ଚେଷ୍ଟା। ଆଦିଯୋଗୀଙ୍କ ଉର୍ଜା ଏହି ଯାତ୍ରାରେ ଆମର ସାଥ ଦେବ। ହର ହର ମହାଦେବ। OMG2 ସୁଟିଂ ପାଇଁ ଅକ୍ଷୟ କୁମାର ଉଜ୍ଜୟିନୀ ଯାଇଛନ୍ତି। ଏଠାରେ ସେ ମହାକାଳ ମନ୍ଦିର ଯାଇ ଭଗବାନ ମହାକାଳଙ୍କ ଦର୍ଶନ କରି ଭଗବାନ ଶିବଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହି ଫିଲ୍ମର କିଛି ସିନ୍ ମହାକାଳ ମନ୍ଦିରରେ ସୁଟିଂ କରାଯିବ।

ଉଜ୍ଜୟିନୀରେ ୨ ସପ୍ତାହ ଧରି #OMG2 ସୁଟିଂ ହେବ। ଏହି ସମୟରେ ଉଜ୍ଜୟିନୀର ଐତିହାସିକ ଓ ଧାର୍ମିକ ମହତ୍ତ୍ଵ ଥିବା ସ୍ଥାନ ଗୁଡ଼ିକରେ ଫିଲ୍ମର ସିନ୍ ଗୁଡ଼ିକ ସୁଟିଂ କରାଯିବ। ମହାକାଳ ମନ୍ଦିର ବ୍ୟତୀତ ଉଜ୍ଜୟିନୀର ଅନ୍ୟ ମନ୍ଦିର ଏବଂ ରାମ ଘାଟ ଉପରେ ଏହି ଫିଲ୍ମ ସୁଟିଂ କରାଯିବ। ଅକ୍ଷୟ କୁମାରଙ୍କ ସହ ପଙ୍କଜ ତ୍ରିପାଠୀ ମଧ୍ୟ ଉଜ୍ଜୟିନୀରେ ଉପସ୍ଥିତ ଅଛନ୍ତି।


Share It

Comments are closed.