ରିଲିଜ ହେଲା ଓମେର୍ତ୍ତାର ନୂତନ ପୋଷ୍ଟର


ରାଜ କୁମାର ରାଓଙ୍କ ଆଗାମୀ ଫିଲ୍ମ ଓମେର୍ତ୍ତାର ଟ୍ରେଲରର ରିଲିଜ ପରେ ଦର୍ଶକଙ୍କର ଖୁବ ଭଲ ପ୍ରତିକ୍ରିୟା ମିଳିଛି । ଏହାର ପୋଷ୍ଟର ସୋସିଆଲ ମିଡିଆକୁ ଆସିବା ପରେ ରାଜକୁମାର ରାଓଙ୍କ ଡେଭିଅସ ଲୁକ ତାଙ୍କ ପ୍ରଶଂସକଙ୍କ ମାନଙ୍କ ମଧ୍ୟରେ ଖୁବ ଆଦୃତ ହୋଇଛି । ଏହି କ୍ରାଇମ ଡ୍ରାମା ଫିଲ୍ମଟିର ନିର୍ଦ୍ଦେଶନା ହଂସଲ ମେହଟ୍ଟା ଦେଇଥିବା ବେଳେ ରାଜକୁମାର ରାଓ ଲିଡ ରୋଲରେ ନଜର ଆସିବେ ।
ଏହି ଫିଲ୍ମରେ ରାଜକୁମାର ରାଓ ପାକିସ୍ଥାନୀ ବ୍ରିଟିଶ ଟେରରିଷ୍ଟ ଅହମ୍ମଦ ଓମାର ସହିଦ ସେଖଙ୍କ ଭୂମିକାରେ ଅଭିନୟ କରିବେ । ଓମେର୍ତ୍ତା ୧୯୯୪ରେ ଭାରତର ପାଶ୍ଚାତ୍ୟ ଲୋକଙ୍କ ଅପହରଣ କାହାଣୀ ସମ୍ପର୍କରେ ଆଧାରିତ । ଏହି ଫିଲ୍ମଟି ପରଦାକୁ ୨୦ ଏପ୍ରିଲରେ ଆସିବ ।


Share It

Comments are closed.