ଦୀର୍ଘ ୭ ମାସ ପରେ ଜେଲରୁ ମୁକୁଳିଲେ ଓମର ଅବଦୁଲ୍ଲା


କେନ୍ଦ୍ର ସରକାର ନ୍ୟାସନାଲ କନଫରେନ୍ସ ନେତା ଓମର ଅବଦୁଲ୍ଲାଙ୍କୁ ଜାମିନ ପ୍ରଦାନ କରିଥିବାବେଳେ ଧାରା ୩୭୦ ଉଚ୍ଛେଦ ହେବା ପରେ ୫ ଅଗଷ୍ଟରୁ ଓମର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତିଙ୍କ ସମେତ ଅନେକ ନେତାଙ୍କୁ ଗିରଫ କରାଯାଇଥିଲା । ପ୍ରକାଶ ଥାଉକି, ଗତ ବର୍ଷ ୫ ଅଗଷ୍ଟରେ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଉଚ୍ଛେଦ କରିବା ପରେ ଲାଦଖ ଏବଂ କାଶ୍ମୀରକୁ ଦେଶର ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଋପେ ବିଭକ୍ତ କରିଥିଲେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରିବା ହେତୁ ଓମର ଅବଦୁଲ୍ଲାଙ୍କ ସମେତ କାଶ୍ମୀର ଅନେକ ବିଚ୍ଛିନ୍ନବାଦୀ ନେତାଙ୍କୁ ସରକାର ଗିରଫ କରିବା ସହ ନଜରବନ୍ଦୀରେ ରଖିଥିଲେ ।

ଜାମିନ ଅବସରରେ ଓମର ଅବଦୁଲ୍ଲା କହିଛନ୍ତି ଯେ, “ମୁଁ ଅନୁଭବ କରିପାରୁଛି ଯେ, ଆମେ ବର୍ତ୍ତମାନ ଜୀବନ ଏବଂ ମରଣ ସହ ଲଢେଇ କରୁଛୁ । ଆମର ସମସ୍ତ ଲୋକେ, ଯାହାକୁ ଗିରଫ କରାଯାଇଛି ତାଙ୍କୁ ବର୍ତ୍ତମାନ ଜାମିନ ପ୍ରଦାନ କରାଯିବ ଉଚିତ । କରୋନା ଭାଇରସ ସହ ଲଢେଇ କରିବା ପାଇଁ ବର୍ତ୍ତମାନ ଆମେ ସରକାରଙ୍କ ଆଦେଶକୁ ପାଳନ କରିବା ଉଚିତ । ”


Share It

Comments are closed.