ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ଓମ ବିର୍ଲା ଏବଂ କେ ସୁରେଶ


ଏନଡିଏ ପକ୍ଷରୁ ଓମ ବିର୍ଲା ଏବଂ ଇଣ୍ଡିଆ ବ୍ଲକ ପକ୍ଷରୁ କେ ସୁରେଶ ବାଚସ୍ପତି ପଦ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି । ବାକି ରହିଯାଇଥିବା ସାଂସଦଙ୍କ ପାଇଁ ଆଜି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିବାବେଳେ ରାହୁଲ ଗାନ୍ଧିଙ୍କ ଠାରୁ ଆରମ୍ଭ କରି ଅଖିଲେଶ ଯାଦବ, ମହୁଆ ମିତ୍ର, ସୁପ୍ରିୟା ସୁଲେ, କାଂଜିମୋଝି ଭଳି ଅନେକ ବରିଷ୍ଠ ନିର୍ବାଚିତ ସାଂସଦ ଆଜି ଶପଥ ଗ୍ରହଣ କରିଥିଲେ ।
ଗତ କାଲି ୧୮ତମ ଲୋକସଭା ପ୍ରଥମ ଅଧିବେଶନରେ ଇଣ୍ଡିଆ ବ୍ଲକ ସାଂସଦ ମାନେ ସଂସଦ ପରିସରରେ ଏକତ୍ରିତ ହୋଇ ସମ୍ବିଧାନର ଏକ ନକଲ ଧରି “ସମ୍ବିଧାନ ବଞ୍ଚାଅ” ଉପରେ ନାରା ଦେଇଥିଲେ । କଂଗ୍ରେସ ସଭାପତି ମଲିକାର୍ଜୁନ ଖଡଗେଙ୍କ ସମେତ , ରାହୁଲ ଗାନ୍ଧୀ , ତୃଣମୂଳ କଂଗ୍ରେସ ସଭାପତି ସୁଦିପ ବନ୍ଧୋପାଧାୟ , ଡିଏମକେ ନେତା ଟିଆର ବଲୁଙ୍କ ସମତେ ସଂସଦ ପରିସରରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ନିକଟତରେ ଏକତ୍ରିତ ହୋଇଥିଲେ । ପୂର୍ବତ୍ତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମଧ୍ୟ ସେମାନଙ୍କ ସହ ଯୋଗ ଦେଇଥିଲେ ।


Share It

Comments are closed.