କରୋନା ଯୋଦ୍ଧାଙ୍କୁ ସହାୟତାର ହାତ ବଢାଇଲେ ଓଲିଉଡ ସୁପରଷ୍ଟାର ଅରିନ୍ଦମ ରୟ


କରୋନାକୁ ନେଇ ସାରା ଦେଶରେ ଲକଡାଉନ ପରିସ୍ଥିତି ଉପୁଜିଥିବା ବେଳେ ଏହି ସମସ୍ୟା ମଧ୍ୟରେ ବିଶେଷ କରି ଦିନ ମଜୁରିଆ, ଶ୍ରମିକ ଶ୍ରେଣୀର ଏବଂ ଖଟିଖିଆ ଲୋକମାନେ ବେଶ ପ୍ରଭାବିତ ହେବା ସହ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ ଋପେ ଭାଙ୍ଗଯାଇଛି । ଏମାନଙ୍କୁ ସହାୟତା କରିବା ଯାଇ ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଅନେକ ସ୍ୱେଚ୍ଛାସେବୀ ସଂଗଠନ ଆଗେଇ ଆସିଥିବାବେଳେ ବର୍ତ୍ତମାନ ଏମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ଓଲିଉଡ ସୁପରଷ୍ଟାର ଅରିନ୍ଦମ ରୟ ।
ସହର ହେଉ କିମ୍ବା ଗାଁ ଓଡିଶା ପୋଲିସ, ଅସହାୟଙ୍କୁ ଶୁଖିଲା ଖାଦ୍ୟ ଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ପର୍ଯ୍ୟନ୍ତ ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ଅନ୍ୟପଟେ ଏହି କରୋନା ଯୋଦ୍ଧାଙ୍କ ଜରୀଆରେ ସମସ୍ତ ଅସହାୟଙ୍କୁ ସହାୟତାର ହାତ ବଢାଇଛନ୍ତି ଓଲିଉଡ ଅଭିନେତା ଅରିନ୍ଦମ ରୟ । ସେ ଆଜି କଟକ ଡିସିପି ଅଖିଳେଶ ସିଂହଙ୍କ ସହ ସାକ୍ଷାତ କରି ଚାଉଳ, ଡାଲି, ଚିନି ଏବଂ ଚୁଡା ଭଳି ଅତ୍ୟାବଶକୀୟ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି, ଯାହାକି ଅସହାୟଙ୍କୁ ସହଯୋଗ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଅଭିନେତା ଅରିନ୍ଦମ ପୂର୍ବରୁ ୨୦୦ ଏମଏଲ ବିଶିଷ୍ଟ ୫୦୦ଟି ହ୍ୟାଣ୍ଡ ସାନିଟାଇଜେର କଟକ ଡିସିପିଙ୍କୁ ପ୍ରଦାନ କରିଥିବାବେଳେ ଆଜି ଶୁଖିଲା ଖାଦ୍ୟ ପ୍ରଦାନ କରି ସମସ୍ତଙ୍କ ପ୍ରେରଣାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।


Share It

Comments are closed.