ସୋସିଆଲ ମିଡିଆରେ ହାଇଦ୍ରାବାଦ ଏନକାଉଣ୍ଟର ଫଟୋ ବଦଳରେ ଚନ୍ଦନ ତଷ୍କରୀଙ୍କ ଏନକାଉଣ୍ଟର ଛବି ହେଲା ଭାଇରାଲ


ହାଇଦ୍ରାବାଦର ସାଦନଗରରେ ପ୍ରାଣୀ ଡାକ୍ତରୀଙ୍କୁ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିଥିବା ୪ ଦୁଷ୍କର୍ମକାରୀଙ୍କୁ ତେଲେଙ୍ଗାନା ପୋଲିସ ଗୁଳି କରି ହତ୍ୟା କରିଥିବାବେଳେ ସାରା ଦେଶରେ ଏହି କୃତ୍ତ କାର୍ଯ୍ୟ ପୋଲିସକୁ ପ୍ରଶଂସାର ସୁଅ ମଧ୍ୟ ଛୁଟିବାରେ ଲାଗିଲାଣି । ତେବେ ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ଏକ ଫଟୋ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କେତେକ ଲୋକ ପୋଲିସ କର୍ମୀ ଜଙ୍ଗଲ ଭିତରେ ଠିଆ ହୋଇଥିବାବେଳେ ତଳେ କେତେକ ମୃତ ଦେହ ପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଫଟୋକୁ ହାଇଦ୍ରାବାଦ ଦୁଷ୍କର୍ମକାରୀଙ୍କ ଏନକାଉଣ୍ଟର ଦୃଶ୍ୟ କୁହାଯାଉଥିବାବେଳେ ପ୍ରକୃତରେ ଏହା କିନ୍ତୁ ସେହି ଫଟୋ ନୁହେଁ ।

ଏହି ଛବିଟି ୨୦୧୫ରେ ହାଇଦ୍ରାବାଦ ପୋଲିସଙ୍କ ଦ୍ୱାରା କରାଯାଇଥିବା ଚନ୍ଦନ ତଷ୍କରୀଙ୍କ ଏନକାଉଣ୍ଟର ଛବି ହୋଇଥିବାବେଳେ ଏଥିରେ ୨୦ ରୁ ଉର୍ଦ୍ଧ ଚନ୍ଦନ ତଷ୍କରୀ ନିହିତ ହୋଇଥିଲେ ।


ସୂଚନାଯୋଗ୍ୟ, ତେଲେଚମଲ ଜଙ୍ଗଲରେ ରକ୍ତ ଚନ୍ଦନ ଗଛ ଚୋରୀ କରିବା ଘଟଣାରେ ତାମିଲନାଡୁର ୨୦ ଜଣ ତଷ୍କରୀଙ୍କୁ ପୋଲିସ ଏନାକାଉଣ୍ଟରରେ ମାରି ଗଳାଇଥିଲା । ଏହି ଘଟଣାଟି ୨୦୧୫ର ହୋଇଥିବାବେଳେ ଏହାର ଫଟୋଟିକୁ ନେଇ ବର୍ତ୍ତମାନ ହାଇଦ୍ରାବାଦ ଘଟଣାର ଛବି ସହ ଯୋଡା ଯାଉଛି ଯାହାକି ପ୍ରକୃତରେ ସତ୍ୟ ନୁହେଁ ।
ହାଇଦ୍ରାବାଦ ଘଟଣାର ପ୍ରକୃତ ଛବିଟି ଏହା ଅଟେ ।


Share It

Comments are closed.