ଦିଲ୍ଲୀରେ ସଡ଼କରେ ବିଭିନ୍ନ ସ୍ଥାନରେ ଅଚାନକ ସ୍ଲିପ କରିବାକୁ ଲାଗିଲା ବାଇକ, ସ୍କୁଟି-ଘଟଣା ଦେଖି ଲୋକେ ଅବାକ


ଦେଶରେ ରାଜଧାନୀରେ ବାୟୁରେ ପ୍ରଦୂଷଣର ମାତ୍ରା ଯେ କେତେ, ତାହା ରବିବାର ସନ୍ଧ୍ୟାରେ ବର୍ଷା ସମୟରେ ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ବର୍ଷା ଆରମ୍ଭ ହେବା ମାତ୍ରେ ଦୁଇ ଚକିଆ ଯାନ ରାସ୍ତାରେ ସ୍ଲିପ କରିବା ଆରମ୍ଭ ହୋଇଗଲୀ | ଅଧିକାଂଶ ଲୋକ ଅନୁଭବ କଲେ ଯେ ବୋଧହୁଏ ବର୍ଷା ସହିତ କୌଣସି ତୈଳାକ୍ତ ପଦାର୍ଥ ମିଶି ବର୍ଷା ରୁପେ ପଡ଼ୁଛି | ଲୋକମାନେ ଅଗ୍ନିଶମ ବିଭାଗକୁ ଡାକିବା ଆରମ୍ଭ କରିଥିଲେ। ରାତି ୮ ଟା ସୁଦ୍ଧା ରାସ୍ତାରେ ପଡିଥିବା ତେଲିଆ ପଦାର୍ଥର ୫୯ ଟି କଲ ଆସିଥିଲା।

ଅଗ୍ନିଶମ ବିଭାଗ କଲ ଆସିଥିବା ସ୍ଥାନରେ ପହଂଚି ସେଠାରେ ପଡ଼ରହିଥିବା ତୈଳାକ୍ତ ପଦାର୍ଥକୁ ସଫା କରିଥିଲେ । ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ଯେ ପବନର ବେଗ ଯୋଗୁଁ ରାଜଧାନୀରେ ପ୍ରଦୂଷଣର ଅବସ୍ଥା ଅତ୍ୟନ୍ତ ଖରାପ ଥିଲା। ଦୀପାବଳୀରେ ବାଣ ଫୁଟାଇବା ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି।

ଯାନବାହାନରୁ ବାହାରୁଥିବା ଧୂଆଁ ବାୟୁରେ ଧୂଳି କଣିକା ସହିତ ଉପସ୍ଥିତ ଥିଲା | ଯେତେବେଳେ ଧୂଆଁ ଏବଂ ଧୂଳି କଣିକାର ମିଶ୍ରଣ ହାଲୁକା ବର୍ଷା ସହିତ ରାସ୍ତାରେ ପଡ଼ିଲା, ସେତେବେଳେ ଏହା ଖସଡ଼ା ପଦାର୍ଥର ରୂପ ନେଇଥିଲା | ଯଦି ବର୍ଷା ଜୋରରେ ହୋଇଥାନ୍ତା, ଏପରି ପରିସ୍ଥିତି ହୋଇ ନଥାନ୍ତା, ତୈଳାକ୍ତ ସାମଗ୍ରୀ ପାଣି ସହିତ ଡ୍ରେନ୍ ଭିତରକୁ ବୋହିଯାଇଥାନ୍ତା | ଯେତେବେଳେ ରାତି ୪.୧୫ ରେ ବର୍ଷା ଆରମ୍ଭ ହେଲା, ସେତେବେଳେ ରାଜଧାନୀର ଅନେକ ଅଞ୍ଚଳରେ ରାସ୍ତାରେ ସମାନ ଖସଡ଼ା ପଦାର୍ଥ ଆସିଗଲା।

ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରଥମ ଥର ପାଇଁ ଦିଲ୍ଲୀରେ ଏଭଳି କଲ୍ ଆସିଛି। ଏଥି ସହିତ ଗୋଲ ମାର୍କେଟ ନିକଟରେ ଜଣେ ବାଇକ ଆରୋହୀ କହିଛନ୍ତି ଯେ ବର୍ଷା ଆମକୁ ଜଣାଇଦେଇଛି ଯେ ଆମେ ଆମ ନିଶ୍ୱାସ ପ୍ରଶ୍ୱାସରେ କଣସବୁ ଜିନିଷ ଆମ ଶରୀର ମଧ୍ୟକୁ ପ୍ରବେଶ କରୁଛି ।


Share It

Comments are closed.