ଓ.ଡି.ଏମ୍. ସ୍କୁଲରେ ବିଶ୍ୱ ଯୁବ ଦକ୍ଷତା ଦିବସ ଅନୁଷ୍ଠିତ


ଭୁବନେଶ୍ୱର, ୧୫/୦୭/୨୦୨୪: ଓ.ଡି.ଏମ୍. ଗ୍ଲୋବାଲ ସ୍କୁଲ ଏବଂ ପବ୍ଲିକ  ସ୍କୁଲ ପରିସରରେ ବିଶ୍ଵ ଯୁବ ଦକ୍ଷତା ଦିବସ ୨୦୨୪ ପାଳିତ ହୋଇଯାଇଅଛି। ଓ.ଡି.ଏମ୍. ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡକ୍ଟର ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଓ.

ଡି.ଏମ୍. ଗ୍ଲୋବାଲ ସ୍କୁଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡଃ. ସଂଘମିତ୍ରା ଦାଶ, ସନ୍ଦୀପ କୁମାର ମୁଖାର୍ଜୀ ଓ ପ୍ରିୟଙ୍କା ସାହୁ ଉପସ୍ଥିତ ରହି ବିଦ୍ୟାର୍ଥୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ଯୁବକମାନଙ୍କ ମଧ୍ୟରେ ଦକ୍ଷତାର ବିକାଶ ସହିତ ବିଶ୍ଵରେ ଏ.ଆଇ.ର ଭବିଷ୍ୟତ, ବ୍ୟବହାର ଓ ଆବଶ୍ୟକତା ବିଷୟରେ ନିଜ ନିଜର ମତ ଉପସ୍ଥାପନା କରିଥିଲେ। ଶେଷରେ ବିଦ୍ୟାଳୟର ଅଳ୍ପ ଥଧ୍ଯକ୍ଷା ଶୈଳେନ୍ଦ୍ର କୁମାରୀ ଯୁବ ଦକ୍ଷତାର ଆବଶ୍ୟକତା ଓ ତାହାର ବ୍ୟବହାର ବିଷୟରେ ସୂଚନା ପ୍ରଦାନ କରିଥିଲେ।

ସେହିପରି, ଓ.ଡି.ଏମ୍. ପବ୍ଲିକ ସ୍କୁଲରେ ଅନୁଷ୍ଠିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ଶିକ୍ଷା-ନିର୍ଦ୍ଦେଶକ ଡ. ଆର୍ତ୍ତତ୍ରାଣ ମିଶ୍ର ଯୋଗଦେଇ, ଏହିପରି କାର୍ଯ୍ୟକ୍ରମ ଯୁବକମାନଙ୍କ ପ୍ରତିଭାର ବିକାଶ କରିବା ସହିତ ଚାକିରି ଓ ଉଦ୍ୟୋଗ ସୃଷ୍ଟି କରିପାରିବ ବୋଲି କହିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶିକା ଇନ୍ଦୁମତୀ ରାୟଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ର-ଛାତ୍ରୀ, ଶିକ୍ଷକ- ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ଛାତ୍ର-ଛାତ୍ରୀମାନେ କୌଶଳ ବିକାଶ ସମ୍ପର୍କରେ ନିଜ ନିଜର ଅଭିମତ ରଖିବା ସହ ବିଭିନ୍ନ କ୍ରିୟାକଳାପ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଉପାଧକ୍ଷା ଡ. ସନ୍ଧ୍ୟାରାଣୀ ସ୍ଵାଇଁ ଯୁବଶକ୍ତିମାନଙ୍କୁ କୁଶଳୀ ହେବାର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ ।


Share It

Comments are closed.