ଭୁବନେଶ୍ୱରରେ ହେବାକୁ ଯାଉଛି ଓଡିଶାର ସବୁଠାରୁ ବଡ କ୍ୟାରିୟର ଓ ୟୁନିଭର୍ସିଟି ଫେୟାର ‘ପଥ ପ୍ରଦର୍ଶକ ୨.୦’
ଆସନ୍ତା ନଭେମ୍ବର ୮ ଓ ୯ ତାରିଖରେ ଆୟୋଜିତ ହେବାକୁ ଯାଉଥିବା ଏହି ଫେୟାର୍ କ୍ୟାରିୟର ମାର୍ଗ ପାଇଁ ଉତ୍ସାହଜନକ ସୁଯୋଗ ପ୍ରଦାନ କରିବ ।
ଭୁବନେଶ୍ୱର : ଓଡିଶାର ଶୀର୍ଷ କ୍ୟାରିୟର ମାର୍ଗଦର୍ଶକ ଓ ପରାମର୍ଶଦାତା ସଂଗଠନ କ୍ୟାରିୟର ମ୍ୟାପ୍ ଆସନ୍ତା ନଭେମ୍ବର ୮ ଓ ୯ ତାରିଖରେ ପଥ ପ୍ରଦର୍ଶକ ୨.୦ର ପ୍ରତ୍ୟାବର୍ତନ ସମ୍ପର୍କରେ ଘୋଷଣା କରିଛି, ଯାହାକି ରାଜ୍ୟର ସବୁଠାରୁ ବଡ କ୍ୟାରିୟର ଓ ୟୁନିଭର୍ସିଟି ଫେୟାର ଅଟେ । ଭୁବନେଶ୍ୱରର ଜାଗମରା ରୋଡ୍ସ୍ଥିତ ଖଣ୍ଡଗିରି କ୍ରିକେଟ ପଡିଆରେ ଆୟୋଜିତ ହେବାକୁ ଯାଉଥିବା ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ, ଯାହା ୯ମ ଶ୍ରେଣୀରୁ ପୋଷ୍ଟଗ୍ରାଜୁଏଟ ସ୍ତର ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନଙ୍କୁ ବିବିଧ ଶିକ୍ଷାଗତ ଓ କ୍ୟାରିୟର ମାର୍ଗ ଅନୁସନ୍ଧାନ କରିବା ପାଇଁ ଏକ ମୂଲ୍ୟବାନ ସୁଯୋଗ ପ୍ରଦାନ କରିବ ।
ଭାରତବ୍ୟାପୀ ୭୦ରୁ ଅଧିକ ପ୍ରତିଷ୍ଠିତ ୟୁନିଭର୍ସିଟି ଓ କଲେଜଗୁଡିକ ସମେତ ଆନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନଗୁଡିକର ଅଂଶଗ୍ରହଣ ସହିତ ପଥ ପ୍ରଦର୍ଶକ ୨.୦ରେ ବିଭିନ୍ନ ପ୍ରକାରର ଷ୍ଟଲ୍ ରହିବ ଯାହା ଇଞ୍ଜିନିୟରିଂଠାରୁ ଆରମ୍ଭ କରି ବ୍ୟବସାୟ, କଳା, ଫିଲ୍ମ, ମିଡିଆ, କ୍ରୀଡା, ଡିଜିଟାଲ ମାର୍କେଟିଙ୍ଗ୍ ଓ ଉଦୀୟମାନ କ୍ଷେତ୍ରଗୁଡିକରେ ଶିକ୍ଷାଗତ ଓ ବୃତିଗତ ସୁଯୋଗଗୁଡିକୁ ପ୍ରଦର୍ଶିତ କରିବ । ଅଂଶଗ୍ରହଣକାରୀମାନଙ୍କ ନିକଟରେ ଗୋଟିଏ ସ୍ଥାନରେ ବିଶ୍ୱବିଦ୍ୟାଳୟର ପ୍ରତିନିଧିମାନଙ୍କ ସହ ସିଧାସଳଖ ଆଲୋଚନା କରିବା, ନାମଲେଖା ପ୍ରକ୍ରିୟା, ବୃତି ଓ ସ୍ୱତନ୍ତ୍ର କ୍ୟାରିୟର ମାର୍ଗ ସମ୍ପର୍କରେ ତଥ୍ୟ ହାସଲ କରିବାର ସୁଯୋଗ ରହିବ ।
ପଥ ପ୍ରଦର୍ଶକ ୨.୦ ସହରର ସବୁଠାରୁ ବଡ ଶିକ୍ଷାଗତ ଓ ବୃତିଗତ ଉତ୍ସଗୁଡିକର ସମାବେଶର ଆୟୋଜନ କରୁଛି । ଏହି ଫେୟାର୍ର ଲକ୍ଷ୍ୟ ହେଉଛି ଓଡିଶାର ଯୁବପିଢିଙ୍କୁ ନିଜର ଭବିଷ୍ୟତ ସମ୍ପର୍କରେ ସୂଚିନ୍ତିତ ନିଷ୍ପତି ନେବା ପାଇଁ ସେମାନେ ଆବଶ୍ୟକ କରୁଥିବା ମାର୍ଗଦର୍ଶନ ପ୍ରଦାନ କରି ସଶକ୍ତ କରିବା, ଯାହା ସେମାନଙ୍କର ଆଗ୍ରହ ଓ ଆକାଂକ୍ଷା ସହ ମେଳ ଖାଉଥିବ । କ୍ୟାରିୟର ମ୍ୟାପ୍ ଓଡିଶାର ଯୁବପିଢିଙ୍କ ପାଇଁ ପ୍ରଭାବୀ ଶିକ୍ଷା ଓ କ୍ୟାରିୟର ବିକଳ୍ପ ସୃଷ୍ଟି କରିବା ପାଇଁ ପ୍ରତିବଦ୍ଧ ରହିଛି ।
ଏନେଇ ଭୁବନେଶ୍ୱରର ଲାଇଫ୍ ହୋଟେଲ୍ଠାରେ ଏକ ପ୍ରେସ୍ମିଟ୍ର ଆୟୋଜନ କରାଯାଇଛି ଯେଉଁଠାରେ କ୍ୟାରିୟର ମ୍ୟାପ୍ର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ଯଶବନ୍ତ ନାରାୟଣ ସିଂହ ଲାଲ, ମୁଖ୍ୟ ପରିଚାଳନା ଅଧିକାରୀ ଅମିତ କୁମାର ତ୍ରିପାଠୀ ଓ ସାଧାରଣ ସମ୍ପାଦକ ଜ୍ୟୋତି ସରିତାଙ୍କ ସମେତ ଲିଡରସିପ୍ ଟିମ୍ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଅଫରିଙ୍ଗଗୁଡିକ ବିଷୟରେ ଆଲୋଚନା କରାଯାଇଛି । କ୍ୟାରିୟର ମ୍ୟାପ୍ ହେଉଛି ଓଡିଶାର ଅଗ୍ରଣୀ କ୍ୟାରିୟର କାଉନ୍ସଲିଙ୍ଗ୍ ସଂସ୍ଥା ଯାହା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଗତ ଓ ବୃତିଗତ ସଫଳତା ଦିଗରେ ମାର୍ଗଦର୍ଶନ ପ୍ରଦାନ କରିବା ପାଇଁ ଉତ୍ସର୍ଗୀକୃତ ରହିଛି । ପଥ ପ୍ରଦର୍ଶକ ଓ ଅନ୍ୟାନ୍ୟ ପଦକ୍ଷେପ ଭଳି କାର୍ଯ୍ୟକ୍ରମଗୁଡିକ ମାଧ୍ୟମରେ କ୍ୟାରିୟର ମ୍ୟାପ୍ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆଜିର ପ୍ରତିଯୋଗୀପୂର୍ଣ୍ଣ ପରିବେଶରେ ଉତ୍କର୍ଷତା ହାସଲ କରିବା ପାଇଁ ଆବଶ୍ୟକ ସୂଚନା, ସଂଶାଧନ ଓ ସହଯୋଗ ପ୍ରଦାନ କରୁଛି ।
Comments are closed.