ଦୀର୍ଘ ୫ ମାସ ପରେ ଖୋଲିଲା ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର


ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର । ଏଏସଆଇ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । କରୋନା ସଂକ୍ରମଣ ଯୋଗୁଁ ଲାଗୁ ହୋଇଥିବା କଟକଣାକୁ ନେଇ ସୂର୍ଯ୍ୟ ମନ୍ଦିର ବନ୍ଦ ରହିଥିଲା । ମାର୍ଚ୍ଚ ୧୬ ତାରିଖରୁ ସୂର୍ଯ୍ୟ ମନ୍ଦିରକୁ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ବନ୍ଦ କରିଦିଆଯାଇଥିଲା । ମଙ୍ଗଳବାର ସକାଳ ୬ଟାରୁ ସୂର୍ଯ୍ୟ ମନ୍ଦିର ଗେଟ୍ ଖୋଲାଯାଇଛି । ଦିନକୁ ଅଢେଇ ହଜାର ପର୍ଯ୍ୟଟକ କୋଣାର୍କ ମନ୍ଦିର ପରିଦର୍ଶନ କରିବେ ବୋଲି ଅନୁମତି ମିଳିଛି । ତେବେ ମନ୍ଦିର ଭିତରକୁ ପ୍ରବେଶ ପାଇଁ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତ୍ୱ ପାଳନ କରିବା ଉପରେ ଗୁରୁତ୍ୱ ଦିଆଯିବ । କିଭଳି ପର୍ଯ୍ୟଟକମାନେ ଏହାକୁ ପାଳନ କରିବେ ତା ଉପରେ ବିଶେଷ ଧ୍ୟାନ ଦିଆଯିବ ।


Share It

Comments are closed.