ଭାରତ ସରକାରଙ୍କ ନିର୍ଣ୍ଣୟ ଓଡ଼ିଶାର ଅନନ୍ୟ, ଐତିହ୍ୟ ଓ ସାଂସ୍କୃତିକ ଚିହ୍ନକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବ– ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,ଏପ୍ରିଲ ୨୨ – ‘ଇନଟାଞ୍ଜିବଲ୍ କଲଚରାଲ ହେରିଟେଜ୍‌’ତାଲିକାରେ ଭାରତ ସରକାରଓଡ଼ିଶାର ୩ଟି ସାଂସ୍କୃତିକପରମ୍ପରାକୁ ସାମିଲ କରିଥିବାରୁ ଏହି ଐତିହାସିକ ନିର୍ଣ୍ଣୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭାରତ ସରକାରଙ୍କ ଏହି ନିର୍ଣ୍ଣୟ ଓଡ଼ିଶାର ଅନନ୍ୟ, ଐତିହ୍ୟ ଓ ସାଂସ୍କୃତିକ ଚିହ୍ନକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।
ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ‘ଇନଟାଞ୍ଜିବଲ୍ କଲଚରାଲ ହେରିଟେଜ୍‌’ ତାଲିକାରେ ଓଡ଼ିଶାର ୩ଟି ମହାନ ସାସ୍କୃତିକ ପରମ୍ପରାକୁ ଭାରତ ସରକାର ସାମିଲ କରିଛନ୍ତି । ମାଣବସା ଗୁରୁବାର, ଛଉ ନୃତ୍ୟ ଏବଂ ରାବଣ ଛାୟାକୁ ଏହି ତାଲିକାରେ ସାମିଲ କରାଯାଇଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

Comments are closed.