ଶୁକ୍ରବାରଠାରୁ ଆରମ୍ଭ ହେଉଛି ଷ୍ଟାର୍ଟଅପ୍ ଏକ୍ସପ୍ରେସ ୨୦୨୩


ତିନି ଦିନରେ ଷ୍ଟାର୍ଟଅପ୍ ଯାତ୍ରା ୩୯ଟି ଶିକ୍ଷାନୁଷ୍ଠାନରେ ପହଁଚି, ୩୬୦ଟି ନୂତନ ଷ୍ଟାର୍ଟଅପ୍ ଆଇଡ଼ିଆ ସଂଗ୍ରହ କରିଛି

ଭୁୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଔଦ୍ୟୋଗିକତାର ଭାବନା ଉଦ୍ରେକ ନିମନ୍ତେ ଷ୍ଟାର୍ଟଅପ୍ ଏକ୍ସପ୍ରେସ ୨୦୨୩ ଶୁକ୍ରବାରଠାରୁ ଆରମ୍ଭ ହୋଇ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍କୁଲକୁ ଗସ୍ତ ଆରମ୍ଭ । ରାଜ୍ୟ ସରକାରଙ୍କ ଦ୍ୱାରା ଶୁଭାରମ୍ଭ ଏହି କାର୍ଯ୍ୟକ୍ରମ ଅର୍ନ୍ତଗତ ୪ଟି ଭ୍ୟାନ ୩୦ଟି ଜିଲ୍ଲାର ୬୦ରୁ ଉର୍ଦ୍ଧ୍ୱ ସ୍କୁଲରେ ପହଁଚିବ । ବର୍ତମାନସୁଦ୍ଧା ଏହି ଅଭିଯାନର ଅନ୍ୟ ଏକ ଅଂଶ ଷ୍ଟାର୍ଟଅପ୍ ଯାତ୍ରା ଖୋର୍ଦ୍ଧା ଜିଲ୍ଲାର ୩୯ଟି ଶିକ୍ଷାନୁଷ୍ଠାନରୁ ୨୬୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିପାରିଛି ।

ଯାତ୍ରା ଏହାର ତୃତୀୟ ଦିନରେ ଭୁବନେଶ୍ୱର ଏବଂ ଖୋର୍ଦ୍ଧାର ୧୩ଟି ଶିକ୍ଷାନୁଷ୍ଠାନ ଯେପରିକି, ସିଭି ରମନ୍ ଗ୍ଲୋବାଲ ୟୁନିଭର୍ସିଟି, ଗୀତା, ଗାନ୍ଧି ଇଞ୍ଜିନିୟରିଂ କଲେଜ୍‌, ର୍ବିଲା ଗ୍ଲୋବାଲ ୟୁନିଭର୍ସିଟି, ଏସଟିପିଆଇ. ଓୟୁଟିଆର ୟୁନିଭର୍ସିଟି, ଆଇଏମଆଇ ଭୁବନେଶ୍ୱର, ସିଟିଟିସି, ସିପେଟ୍‌, ଜିଆଇଇଟି ବଣିଆଟାଙ୍ଗି, ଏନଆଇଆଇଏସ, ଆଇଆଇଟିଟିଏମ ଏବଂ ଜିଆଇଇଟି ଗୋଠପାଟଣାରେ ପହଁଚି ୧୩୮୪ରୁ ଉର୍ଦ୍ଧ୍ୱ ପିଲାଙ୍କ ନିକଟରେ ପହଁଂଚିବା ସହିତ ୧୩୨ଟି ନୂତନ ଆଇଡିଆ ସଂଗ୍ରହ କରିଛି ।



ଆସନ୍ତାକାଲି ଷ୍ଟାର୍ଟଅପ୍ ଏକ୍ସପ୍ରେସର ଶୁଭାରମ୍ଭ ସହ ୧୦ଟି ସ୍କୁଲ ଗସ୍ତ କରିବ । ଯାହାମଧ୍ୟରେ ରହିଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟ ଜଟଣୀ, ଡୁନ୍ ଇଂଟରନ୍ୟାସନାଲ ସ୍କୁଲ, ଡିଏଭି କଳିଙ୍ଗ ନଗର, ଏପିଜେ ସ୍କୁଲ, ପ୍ରଭୁଜି ସ୍କୁଲ, କେ.ଭି. ୧, କ୍ୟାପିଟାଲ ବଏଜ ହାଇସ୍କୁଲ, ମଦର ପବ୍ଲିକ ସ୍କୁଲ, ଓଡିଏମ୍ ଗ୍ଲୋବାଲ ସ୍କୁଲ, ସେଂଟ ଜାଭିଅର ଇଂଟରନ୍ୟାସନାଲ ସ୍କୁଲ ।


Share It

Comments are closed.