ରାଜ୍ୟରେ ୩୮୬୧ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ


ମାସ ମାସ ଧରି ଚାଲିଥିବା ଲକଡାଉନ, ସଟଡାଉନ୍ ସବୁ ହଟିଗଲା । କିନ୍ତୁ, କରୋନା ଯାଉନି। ୬ ମାସ ବିତିବାକୁ ବସିଲାଣି, ରାଜ୍ୟରେ ଥମୁନି କରୋନା ସଂକ୍ରମଣ । ଦିନକୁ ଦିନ କରୋନା ବଢ଼ୁଛି । ଜୁଲାଇରେ ଦ୍ରୁତ ଗତି ନେଇଥିବା ସଂକ୍ରମଣ ହାର ଏବେ ଆହୁରି ଜୋରରେ ବ୍ୟାପିବାରେ ଲାଗିଛି । ଅଗଷ୍ଟଠୁ ସେପ୍ଟେମ୍ବରରେ କରୋନା ଆହୁରୀ ମାଡିବାରେ ଲାଗିଛି। ଗଞ୍ଜାମ ପରେ ଖୋର୍ଦ୍ଧାରେ ରେକର୍ଡ ସଂଖ୍ୟାକ ଆକ୍ରାନ୍ତ ଦିନକୁ ଦିନ ବଢ଼ିବାରେ ଲାଗିଛନ୍ତି। ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୩୮୬୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୨୭୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୫୮୩ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୨୭ ହଜାର ୮୯୨ କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧ଲକ୍ଷ ୨୭ ହଜାର ୮୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୦,୯୧୯ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୬ ହଜାର ୩୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୨୧,୪୩,୫୬୬ସାମ୍ପୁଲ ଟେଷ୍ଟ୍ ହୋଇଛି।


Share It

Comments are closed.