ରାଜ୍ୟରେ ୧୨୪୭ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ


ରାଜ୍ୟରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ୨୪ ଘଣ୍ଟାରେ ୧ହଜାର ୨୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୨୯ ସଙ୍ଗରୋଧ କେନ୍ଦ୍ରରୁ ଓ ୫୧୮ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୩,୯୪୨ରେ ପହଞ୍ଚିଛି। ୨,୬୬,୧୦୫ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୬,୫୧୨ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱରରୁ ୨୦୬ ଓ କଟକରୁ ୧୦୫। ଅନୁଗୁଳରୁ ୬୯, ବାଲେଶ୍ୱର ୨୩, ବରଗଡ଼ ୩୨, ଭଦ୍ରକ ୭, ବଲାଙ୍ଗୀର ୬୮, ବୌଦ୍ଧ ୩୭, ଦେଓଗଡ଼ ୧୬, ଢେଙ୍କାନାଳ ୪୦, ଗଞ୍ଜାମ ୧୭, ଜଗତସିଂହପୁର ୫୪, ଯାଜପୁର ୩୨, ଝାରସୁଗୁଡ଼ା ୩୫, କଳାହାଣ୍ଡି ୪୦, କନ୍ଧମାଳ ୧୧, କେନ୍ଦ୍ରାପଡ଼ା ୪୯, କେନ୍ଦୁଝର ୪୧, କୋରାପୁଟ ୨୬, ମାଲକାନଗିରି ୧୧, ମୟୁରଭଞ୍ଜ ୭୧, ନବରଙ୍ଗପୁର ୧୨, ନୟାଗଡ଼ ୧୪, ନୂଆପଡ଼ା ୩୮, ପୁରୀ ୨୨, ରାୟଗଡ଼ା ୪, ସମ୍ବଲପୁର ୨୪, ସୋନପୁର ୧୮, ସୁନ୍ଦରଗଡ଼ ୯୬, ଷ୍ଟେଟ ପୁଲରୁ ୨୯ ଚିହ୍ନଟ ହୋଇଛନ୍ତି।


Share It

Comments are closed.