ରାଜ୍ୟରେ ୨,୧୩୮ ନୂଆ ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୬୪ ହଜାର ଉର୍ଦ୍ଧ୍ୱକୁ ଟପିଲା


ଓଡ଼ିଶାରେ କରୋନା ପ୍ରକୋପ କମିବାରେ ଲାଗିଛି । ନୂଆ ମାମଲାରେ ବ୍ୟାପକ ହ୍ରାସ ପରିଲକ୍ଷିତ ହେଉଛି। ସୁସ୍ଥ ସଂଖ୍ୟା ବଢ଼ି ଚାଲିଛି । ଯାହାର ଫଳ ସ୍ୱରୂପ ଏବେ ଚିକିତ୍ସାଧୀନ ଥିବା ରୋଗୀଙ୍କ ସଂଖ୍ୟାରେ ବଡ ଧରଣର ହ୍ରାସ ଘଟିଛି । ୨୪ ଘଣ୍ଟା ରାଜ୍ୟରେ ୩୦ଟି ଜିଲ୍ଲାରୁ ୨୧୩୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୫୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୮୮୭ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୬୪ ହଜାର ୧୪୯ କୁ ବୃଦ୍ଧି କରିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨ ଲକ୍ଷ ୬୪ ହଜାର ୧୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୪ ହଜାର ୪୫୭ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨ ଲକ୍ଷ ୩୮ ହଜାର ୫୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୦୮୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୩୯ ଲକ୍ଷ ୫୯ ହଜାର ୭୧୨ ସାମ୍ପୁଲ ଟେଷ୍ଟ୍ ହୋଇଛି।


Share It

Comments are closed.