କରୋନାରେ ଆଖି ବୁଜିଲେ ଆଉ ଜଣେ କରୋନା ଯୋଦ୍ଧା


ଢେଙ୍କାନାଳରେ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ । ମୃତକ ହେଲେ ପୋଲିସ ଏସଆଇ ପ୍ରାଣବନ୍ଧୁ ସେଠୀ । ପ୍ରାଣବନ୍ଧୁଙ୍କ ଘର ତୁମୁସିଂହା ଥାନା କଣ୍ଟାପାଳ ଗ୍ରାମରେ । ପ୍ରାଣବନ୍ଧୁ ଢେଙ୍କାନାଳ ପୋଲିସ ରିଜର୍ଭରେ କାର‌୍ୟ୍ୟରତ ଥିଲେ । କରୋନା ପଜିଟିଭ୍ ଚିହ୍ନଟ ପରେ ପୋଲିସ ଏସଆଇ ଢେଙ୍କାନାଳ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ରବିବାର ତାଙ୍କର ମୃତ୍ୟୁ ହୋଇଛି । ଢେଙ୍କାନାଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଦୁଇରେ ପହଁଚିଛି । ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି ।


Share It

Comments are closed.