ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରି ସର୍ବୋତମ କ୍ୟାନ୍‌ସର ଚିକିତ୍ସା ପାଇଁ ମାର୍ଗ ପ୍ରସ୍ତୁତ କରିଛି ଓଡିଶା


ଭୁବନେଶ୍ୱର: ପାର୍ଟନର୍‌ସିପ ଟୁ ଫାଇଟ୍ କ୍ରୋନିକ୍ ଡିଜିଜ୍ (ପିଏଫ୍‌ସିଡି) ପକ୍ଷରୁ ଓଡିଶାରେ ବୃଦ୍ଧି ପାଉଥିବା କ୍ୟାନ୍‌ସର ରୋଗର ମୁକାବିଲା ପାଇଁ ପ୍ରତିଷ୍ଠିତ ଚିକିତ୍ସା ବିଶେଷଜ୍ଞଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି । ବିଶିଷ୍ଟ ଅନ୍‌କୋଲୋଜିଷ୍ଟ ଏବଂ ଉତ୍କଳ ହସ୍ପିଟାଲର ରେଡିଏଶନ ଅନ୍‌କୋଲୋଜି ବିଭାଗର ନିର୍ଦ୍ଦେଶକ, ଡଃ ସଞ୍ଜୀବ କୁମାର ମିଶ୍ର, ସମ୍ ଅଲ୍ଟିମେଟ ମେଡିକେୟାର, ଭୁବନେଶ୍ୱରର ରେଡିଏଶନ ଅନ୍‌କୋଲୋଜି ବିଭାଗର ମୁଖ୍ୟ ଓ ସିନିୟର କନ୍‌ସଲ୍‌ଟାଂଟ, ଡଃ ଚିରା ଖାଦଙ୍ଗା, ଉତ୍କଳ ହସ୍ପିଟାଲର ରେଡିଏଶନ ଅନ୍‌କୋଲୋଜି ବିଭାଗର ନିର୍ଦ୍ଦେଶ, ଡଃ ସଞ୍ଜୟ କୁମାର ମିଶ୍ର ରାଜ୍ୟରେ କ୍ୟାନ୍‌ସର ରୋଗର ଚିକିତ୍ସାକୁ ଉନ୍ନତ କରିବା ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପଗୁଡିକୁ ହାଇଲାଇଟ କରିବା ଲାଗି ଏକତ୍ରିତ ହୋଇଥିଲେ ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓଡିଶାରେ କ୍ୟାନ୍‌ସର ମାମଲାରେ ଏକ ଚିନ୍ତାଜନକ ବୃଦ୍ଧି ସମ୍ପର୍କରେ ରିପୋର୍ଟ କରିଥିବା ବେଳେ ସଦ୍ୟତମ ତଥ୍ୟ ଗତ ଏକ ଦଶନ୍ଧି ମଧ୍ୟରେ କ୍ୟାନ୍‌ସର ମାମଲାରେ ୨୨.୫% ବୃଦ୍ଧି ଏବଂ ମୃତ୍ୟୁହାରରେ ୨୨.୬% ବୃଦ୍ଧି ଘଟିଥିବା ଉନ୍ମୋଚନ କରିଛି । ଦେଶର କ୍ୟାନ୍‌ସର ମାମଲାଗୁଡିକରେ ଯୋଗଦାନ ଦେଉଥିବା ଶୀର୍ଷ ୧୨ଟି ରାଜ୍ୟ ମଧ୍ୟରେ ଓଡିଶାର ସାମିଲ ଅଛି ।
ଏସମ୍ପର୍କରେ ଆଲୋଚନାରେ ଡଃ ସଞ୍ଜୀବ କୁମାର ମିଶ୍ର କହିଛନ୍ତି, “ଓଡିଶା କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସମ୍ମୁଖୀନ ହେଉଛି । ଜାତୀୟ ସ୍ତରର ତଥ୍ୟ ଏକ ଚିନ୍ତାଜନକ ବୃଦ୍ଧିକୁ ଦର୍ଶାଉଥିବା ବେଳେ ଓଡିଶା ବିଶେଷ କରି ସ୍ତନ ଓ ଗର୍ଭାଶୟ କର୍କଟ କ୍ଷେତ୍ରରେ ଅଧିକ ବୋଝର ସମ୍ମୁଖୀନ ହେଉଛି । ରୋଗୀଙ୍କ ଚିକିତ୍ସା ଫଳାଫଳକୁ ଉନ୍ନତ କରିବା ପାଇଁ ଶୀଘ୍ର ଚିହ୍ନଟ ଓ ଆଡ୍‌ଭାନ୍ସଡ ଥେରାପିଗୁଡିକ ପାଇଁ ପହଂଚ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ଉପଲବ୍ଧ ସଂଶାଧନ ଏବଂ ରୋଗୀଙ୍କ ଆବଶ୍ୟକତା ମଧ୍ୟରେ ଅନ୍ତରକୁ ଦୂର କରିବା ଏକ ସମସ୍ୟା ହୋଇରହିଛି ।
ଏହି ରୋଗ, ଏହାର ଲକ୍ଷଣ ଓ ଅତ୍ୟାଧୁନିକ ଚିକିତ୍ସାଗୁଡିକର ଲାଭ ସମ୍ପର୍କରେ ସଚେତନତା ବୃଦ୍ଧି କରି ଆମେ ରୋଗୀମାନଙ୍କୁ ଶୀଘ୍ର ଚିହ୍ନଟ ପାଇଁ ସଶକ୍ତ କରିପାରିବା ଏବଂ ଏହି ଚିନ୍ତାଜନକ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ସଂଶାଧନଗୁଡିକୁ ଗତିଶୀଳ କରିପାରିବା ।
କ୍ୟାନ୍‌ସର ଚିକିତ୍ସା ଭିତିଭୂମିର ବିକେନ୍ଦ୍ରିତ କରି ଉପଲବ୍ଧ ସଂଶାଧନଗୁଡିକର ସଜ୍ଜୀକରଣକୁ ଅଧିକ ଦକ୍ଷ କରାଯାଇପାରିବ । ଏହାକୁ ଜିଲ୍ଲା ହସ୍ପିଟାଲ ଓ ଆଖପାଖ ଅଂଚଳଗୁଡିକରେ ସୁବ୍ୟବସ୍ଥିତ ଡାଇଗ୍ନୋଷ୍ଟିକ ସେଂଟର ଓ ଚିକିତ୍ସା ବ୍ୟବସ୍ଥା ସ୍ଥାପନ କରି ହାସଲ କରାଯାଇପାରିବ । ଏକ ବିକେନ୍ଦ୍ରିତ ଆଭିମୁଖ୍ୟ ସ୍ଥାନୀୟ ସମୁଦାୟଗୁଡିକ ସଶକ୍ତ କରିବ ଏବଂ ଚିକିତ୍ସାକୁ ରୋଗୀଙ୍କ ନିକଟତର କରିବା ସହିତ ଦୀର୍ଘ କୈନ୍ଦ୍ରିତ ବ୍ୟବସ୍ଥାଗୁଡିକ ଉପରେ ବୋଝକୁ ହ୍ରାସ କରିବ । କ୍ୟାନ୍‌ସର ଚିକିତ୍ସାକୁ ଅଧିକ ପହଂଚଯୋଗ୍ୟ ଓ ଦକ୍ଷ କରି ଆମେ ରୋଗୀଙ୍କ ଚିକିତ୍ସାକୁ ବହୁମାତ୍ରାରେ ଉନ୍ନତ କରିପାରିବା ଓ ଅଧିକ ଜୀବନ ବଂଚାଇ ପାରିବା ।”
ଡଃ ଚିରା ଖାଦଙ୍ଗା ଅନ୍‌କୋଲୋଜି କ୍ଷେତ୍ରରେ ନିଜର ବିସ୍ତୃତ ଅଭିଜ୍ଞତା ସହିତ ବଢୁଥିବା କ୍ୟାନ୍‌ସର ମାମଲାକୁ ହ୍ରାସ କରିବା ପାଇଁ ବୈଷୟିକ ଅଗ୍ରଗତି ଏବଂ ଏକ ମଜବୁତ କ୍ୟାନ୍‌ସର ଚିକିତ୍ସା ଭିତିଭୂମି ନିର୍ମାଣ କରିବାର ମହତ୍ୱ ଉପରେ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ, “ କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ବୈଷୟିକ ଅଗ୍ରଗତି, ବିଶେଷ କରି ପ୍ରୋଟୋନ ଥେରାପି ଭଳି ସଠିକ ରେଡିଓଥେରାପି କ୍ଷେତ୍ରରେ ଅଗ୍ରଗତିରେ ଅନେକ ସମ୍ଭାବନା ରହିଛି । ଏହି ଉଦ୍ଭାବନଗୁଡିକ ଚାରିପାଖର ସୁସ୍ଥ ଟିସ୍ୟୁଗୁଡିକ ଉପରେ ସର୍ବନିମ୍ନ ପ୍ରଭାବ ସହିତ ଟ୍ୟୁମରଗୁଡିକୁ ସଠିକ ଭାବେ ବାହାର କରିବା ପାଇଁ ଅନୁମତି ଦେଇଥାଏ । ତେବେ କ୍ୟାନ୍‌ସର ବିରୋଧରେ ବାସ୍ତବରେ ସ୍ଥିତିକୁ ପରିବର୍ତନ କରିବା ପାଇଁ ଆମେ ଏକ ମଜବୁତ ସ୍ୱାସ୍ଥ୍ୟସେବା ଭିତିଭୂମିର ଆବଶ୍ୟକ କରୁଛୁ । ଆଡ୍‌ଭାନ୍ସଡ ରେଡିଓଥେରାପି ପାଇଁ ବ୍ୟାପକ ପହଂଚ ସହିତ ସୁସଜ୍ଜିତ କ୍ୟାନ୍‌ସର ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରି ଆମେ ବହୁମାତ୍ରାରେ କ୍ୟାନ୍‌ସର ମାମଲାକୁ ହ୍ରାସ କରିପାରିବା ଏବଂ ରୋଗୀଙ୍କ ସୁସ୍ଥତାକୁ ଉନ୍ନତ କରିପାରିବା ।”
ସେହିପରି ଡଃ ସଞ୍ଜୟ କୁମାର ମିଶ୍ର ସରକାରଙ୍କ ପଦକ୍ଷେପଗୁଡିକ ଉପରେ ତଥ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି, “କ୍ୟାନ୍‌ସର ଚିକିତ୍ସା ଭିତିଭୂମି ଓ ଉଚ୍ଚମାନର ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିବା ଉପରେ ସରକାରଙ୍କ ଗୁରୁତ୍ୱ ପ୍ରଶଂସନୀୟ ଅଟେ । ସଠିକ ବିନିଯୋଗ ଓ ସହଭାଗୀ ପ୍ରୟାସ ସହିତ ଓଡିଶା ଖୁବ୍‌ଶୀଘ୍ର କେବଳ ଭାରତରେ ନୁହେଁ ବରଂ ବିଶ୍ୱରେ କ୍ୟାନ୍‌ସର ଚିକିତ୍ସା ପାଇଁ ଏକ ହବ୍‌ରେ ପରିଣତ ହେବ ।”
ସରକାରଙ୍କ ପଦକ୍ଷେପ ଓ କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ବୈଷୟିକ ଅଗ୍ରଗତି ସତ୍ୱେ ଏହି ରୋଗର ବଢୁଥିବା ବୋଝକୁ ହ୍ରାସ କରିବା ପାଇଁ ମିଳିତ କାର୍ଯ୍ୟାନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଅଟେ । ପିଏଫ୍‌ସିଡି ସମସ୍ତ ହିତାଧିକାରୀମାନଙ୍କୁ ଏକାଠି ହେବା ଏବଂ କ୍ୟାନ୍‌ସର ନିଦାନ ଓ ଚିକିତ୍ସାକୁ ଉନ୍ନତ କରିବା ପାଇଁ ପଦକ୍ଷେପଗୁଡିକୁ ପ୍ରାଥମିକତା ଦେବା ପାଇଁ ଆବେଦନ କରୁଛି, ଯାହା ଓଡିଶାରେ ସମସ୍ତଙ୍କ ପାଇଁ ଗୁଣାତ୍ମକ ଚିକିତ୍ସା ପାଇଁ ସମାନ ପହଂଚ ସୁନିଶ୍ଚିତ କରିବ ।

 


Share It

Comments are closed.