ଜୁନ୍ ୧୦ ରୁ ଓଡ଼ିଶା ନାଭାଲ ଟାଟା ହକି ଏଚପିସି ଗ୍ରାସରୁଟ୍ ଲିଗ୍ ଚାମ୍ପିଅନସିପର ୪ର୍ଥ ସଂସ୍କରଣ


ଭୁବନେଶ୍ୱରର, ଜୁନ ୮, ୨୦୨୪: ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସହଯୋଗରେ ଓଡ଼ିଶା ନାଭାଲ ଟାଟା ହକି ଏଚପିସି ପକ୍ଷରୁ ଓଡ଼ିଶା ନାଭାଲ ଟାଟା ହକି ଗ୍ରାସରୁଟ୍ ଲିଗ୍ ଚାମ୍ପିଅନସିପର ଚତୁର୍ଥ ସଂସ୍କରଣ ଆୟୋଜନ ହେବାକୁ ଯାଉଛି । ଓଡ଼ିଶାର ତୃଣମୂଳ ସ୍ତରର କେନ୍ଦ୍ରଗୁଡ଼ିକୁ ଲକ୍ଷ୍ୟରେ ରଖି ଆୟୋଜିତ ଏହି ପ୍ରତିଯୋଗିତା ଜୁନ୍ ୧୦ରୁ ୧୫ ତାରିଖ (ଫେଜ୍‌-୧) ସୁନ୍ଦରଗଡର଼ ନୂଆଗାଁ ଏଚଟିସି, ଓ ଯାଜପୁରର ଯାଜପୁର ଏଚଟିସିଠାରେ ଅନୁଷ୍ଠିତ ହେବ ।

ଏହି ପ୍ରତିଯୋଗିତା ବିଭିନ୍ନ ହକି ପ୍ରଶିକ୍ଷଣ କେନ୍ଦ୍ର (ଏଚଟିସି) ଏବଂ ଗ୍ରାସ୍ ପିଚ୍ ସେଣ୍ଟରର ଖେଳାଳିମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ଉତ୍କୃଷ୍ଟ ପ୍ଲାଟଫର୍ମ । ଏହି ଟୁର୍ଣ୍ଣାମେଣ୍ଟର ଅନ୍ତିମ ପର୍ଯ୍ୟାୟ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।

ଏଥିରେ କଟକ ଓ ଭୁବନେଶ୍ୱର ଭଳି ସହରାଞ୍ଚଳର କେନ୍ଦ୍ର ସମେତ ମୋଟ ୩୨ଟି କେନ୍ଦ୍ର ଅଂଶଗ୍ରହଣ କରିଥିବା ବେଳେ ୩୨ଟି ବାଳକ ଦଳ ଓ ୩୨ଟି ବାଳିକା ଦଳ ଅଂଶଗ୍ରହଣ କରିବେ । ସେଥିମଧ୍ୟରୁ ୧୬ଟି ଦଳ (୮ଟି ବାଳକ ଓ ୮ଟି ବାଳିକା) ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିବେ ।


Share It

Comments are closed.