କରୋନାରେ ଆକ୍ରାନ୍ତ ହେଲେ ବିଧାୟକ ଅତନୁ ସବ୍ୟସାଚୀ ନାୟକ


ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ଏ ସମ୍ପର୍କରେ ନିଜ ଫେସ୍‌ବୁକ୍‍ ଆକାଉଣ୍ଟରେ ପୋଷ୍ଟ କରି ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ଶ୍ରୀ ନାୟକ ପୋଷ୍ଟରେ ସୂଚନା ଦେଇ କହିଛନ୍ତି, ଗତକାଲି ବିଧାନସଭା ପକ୍ଷରୁ ହୋଇଥିବା କୋଭିଡ୍‍ ପରୀକ୍ଷାରେ ତାଙ୍କର ପଜିଟିଭ୍‍ ରିପୋର୍ଟ ଆସିଛି। ମାତ୍ର କରୋନା ଜନିତ କୌଣସି ଲକ୍ଷଣ ଅବା ସମସ୍ୟା ତାଙ୍କର ନାହିଁ । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଏବେ ଚିକିତ୍ସା ହେଉଛନ୍ତି । ପ୍ରଭୁ ଶ୍ରୀବଳଦେବଜିଉଙ୍କ କୃପାରୁ ସେ ଭଲ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ କେହି ବ୍ୟସ୍ତ ବିବ୍ରତ ନହେବାକୁ ସେ ଶୁଭେଚ୍ଛୁଙ୍କୁ ଅନୁରୋଧ କରିଛନ୍ତି।


Share It

Comments are closed.