କରୋନାରେ ଆକ୍ରାନ୍ତ ହେଲେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ


କରୋନା ସଂକ୍ରମିତ ହୋଇଛନ୍ତି ରାଜ୍ୟର ଆଉ ଜଣେ ମନ୍ତ୍ରୀ। ସିମୁଲିଆ ବିଧାୟକ ତଥା ଓଡିଶା ପର୍ଯ୍ୟଟକ ଓ ସଂସ୍କୁତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କର କୋଭିଡ୍-୧୯ ଟେଷ୍ଟିଂ ପଜିଟି ଆସିଥିବା ସୂଚନା ଦେଇଛନ୍ତି। ଗତ ସାତଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶ ଆସିଛନ୍ତି ସେମାନେ ସଙ୍ଗରୋଧରେ ରହିବାକୁ ଟ୍ୱିଟ କରି ସୂଚନା ଦେଲେ। ସୂଚନା ମୁତାବିକ ପୂର୍ବରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩ଜଣ ମନ୍ତ୍ରୀ, ଜଣେ କେନ୍ଦ୍ର ମନ୍ତ୍ରୀ, ୩ ଜଣ ସାଂସଦ ଓ ପ୍ରାୟ ୧୬ଜଣ ବିଧାୟକ କରୋନା ସଂକ୍ରମିତ ହେଲେଣି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଅରୁଣ ସାହୁ, ସୁଶାନ୍ତ ସିଂ, ପଦ୍ମିନୀ ଦିଆନ, ସାଂସଦ ସୁରେଶ ପୂଜାରୀ, ମଞ୍ଜୁଲତା ମଣ୍ଡଳ, ରମେଶ ମାଝି, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ଭାଗିରଥୀ ସେଠୀ, ପ୍ରତୀମ ପାଢ଼ି, ବ୍ୟୋମକେଶ ରାୟ, ବିଷ୍ଣୁବ୍ରତ ରାଉତରାୟ, ବିକ୍ରମ ପଣ୍ଡା, ସଞ୍ଜୀବ ମଲ୍ଲିକ, ସୁନନ୍ଦା ଦାସ, ଶ୍ରୀକାନ୍ତ ସାହୁ, ସୁଧାଂଶୁ ଶେଖର ପରିଡ଼ା, ପ୍ରଶାନ୍ତ ମୁଦୁଲି, ସୁକାନ୍ତ ନାୟକ ପ୍ରମୁଖ କରୋନା ସଂକ୍ରମିତ ହୋଇଛନ୍ତି ।


Share It

Comments are closed.