ନବୀନ ପଟ୍ଟନାୟକଙ୍କୁ ପ୍ରଭୁ ଜଗନ୍ନାଥଙ୍କ ସହ ତୁଳନା କରି ବିବାଦ ଘେରରେ ସୁଦାମ ମାରାଣ୍ଡି


ନିଜକୁ ଭଗବାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଗତରନାଥ ପ୍ରଭୁ ଜଗନ୍ନାଥଙ୍କ ସହ ତୁଳନା କରି ବିବାଦ ଘେରକୁ ଚାଲି ଆସିଛନ୍ତି କ୍ୟାବିନେଟ ମନ୍ତ୍ରୀ ସୁଦାମ ମାରାଣ୍ଡି । ସୁଦାମଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ଯୋଗୁଁ ସେ ବିବାଦ ଘେରକୁ ଚାଲିଆସିଥିବାବେଳେ ତାଙ୍କର ଏହିପରି ମନ୍ତବ୍ୟ ଯୋଗୁଁ ସେ ବିଭିନ୍ନ ସ୍ତରରେ ସମାଲୋଚନାର ଶୀକାର ମଧ୍ୟ ହୋଇଛନ୍ତି ।
ପ୍ରକାଶ ଥାଉକି, ବାରିପଦାସ୍ଥିତ “ହରିବଲ୍ଲଦେବ ଜିୟୁ” ମନ୍ଦିରର ସେବାୟତା ମାନେ ସେମାନଙ୍କର ଦୀର୍ଘ ଦିନର ୮ଟି ଦାବୀକୁ ପୂରଣ କରିବାକୁ ପାଇଁ ବାରିପଦାରୁ ନବୀନ ନିବାସ ପର୍ଯ୍ୟନ୍ତ ଏକ ପଦଯାତ୍ରା ଆରମ୍ଭ କରିଥିଲେ । ସେବାୟତଙ୍କର ଏହି ସମସ୍ୟାର ସମଧାନ କରିବାକୁ ଯାଇ ଜିଲ୍ଲାର ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଦ୍ୱାରା ଏକ ସଭାର ଆୟୋଜନା କରାଯାଇଥିଲା । କିନ୍ତୁ ସେଠାରେ ମନ୍ତ୍ରୀ ସେବାୟତଙ୍କ ସମସ୍ୟା ସମଧାନ କରିବା ତ ଦୂର କଥା ଓଲଟା ବିବାଦୀୟ ବୟାନ ଦେଇ ବର୍ତ୍ତମାନ ବିବାଦ ଘେରକୁ ଚାଲି ଆସିଛନ୍ତି ।
ମାରଣ୍ଡିଙ୍କ ଏହି ମନ୍ତବ୍ୟକୁ ଦୃଢ ନିନ୍ଦା କରିବାକୁ ଯାଇ “ହରିବଲ୍ଲଦେବ ଜିୟୁ” ମନ୍ଦିରର ସେବାୟତ କାମେଶ୍ୱର ତ୍ରିପାଠୀ ଏବଂ ଅରୁଣ ମିଶ୍ର କହିଛନ୍ତି ଯେ, “ପ୍ରଭୁ ଭଗବାନ ନିଶ୍ଚିନ୍ତ ମନ୍ତ୍ରୀଙ୍କୁ ଦଣ୍ଡ ଦେବେ ।”
କେବଳ ସେବାୟତ ନୁହନ୍ତି ଏହି ମନ୍ତବ୍ୟକୁ ନିନ୍ଦା କରିବାକୁ ଯାଇ ବାରିପଦା ବିଧାୟକ ପ୍ରକାଶ ସୋରେନ କହିଛନ୍ତି ଯେ, “ମନ୍ତ୍ରୀ ବହୁତ ଅହଂକାରୀ ହୋଇଗଲେଣି । ଏହା ଠିକ ନୁହେଁ । ଜଣେ ବ୍ୟକ୍ତି କେବେବି ଭଗବାନ ହୋଇପାରିବେ ନାହିଁ । ଏଠାକାର ଲୋକେ ବହୁତ ଗରୀବ ଅଟନ୍ତି । ତାଙ୍କୁ ଏଠାରେ କୌଣସି ସ୍ୱାସ୍ଥ୍ୟ ସୁବିଧା ମଧ୍ୟ ମିଳୁ ନାହିଁ । ”


Share It

Comments are closed.