ବିସ୍ମୟ ବାଳିକା ମେଘାଲି ମାଳବିକାଙ୍କୁ ନେଇ ଓଡ଼ିଶା ଗର୍ବିତ- ସବ୍ୟସାଚୀ ମିଶ୍ର


ଭୁବନେଶ୍ୱର: ମାତ୍ର ୧୪ ବର୍ଷ ବୟସରେ ପିଲାମାନେ ସାଧାରଣତଃ ସେମାନଙ୍କ ପରବର୍ତୀ ପରୀକ୍ଷା କିମ୍ବା କୌଣସି ପ୍ରତିଯୋଗୀତା ପାଇଁ ପ୍ରସ୍‌ୁତି କରନ୍ତି । କିନ୍ତୁ ସମାନ ବୟସରେ ଓଡ଼ିଶାର ଭୁବନେଶ୍ୱର ନିବାସୀ ମେଘାଲି ମାଳବିକା ବିଶ୍ୱର ୧୯୭ଟି ଭିନ୍ନ ଭିନ୍ନ ଦେଶ ବିଷୟରେ ତାଙ୍କର ବିସ୍ମୟକର ଜ୍ଞାନ ସହିତ ରାଜ୍ୟର ସବୁଠାରୁ ବଡ଼ ତାରକାଙ୍କୁ ଚକିତ କରିଦେଇଛନ୍ତି । ମେଘାଲି ମଣିଷ ଆଟଲାସ୍ ବା ହ୍ୟୁମାନ ଆଟଲାସ୍ ଭାବେ ମଧ୍ୟ ଜଣାଶୁଣା ଏବଂ ସେ ନୂଆ କାର୍ଯ୍ୟକ୍ରମ ‘ୟଙ୍ଗ୍ ଜିନିୟସ୍‌’ରେ ମଧ୍ୟ ନଜର ଆସିଛନ୍ତି, ଯେଉଁଠାରେକି କୁନି ପ୍ରତିଭାମାନଙ୍କୁ ସେମାନଙ୍କର ବିସ୍ମୟକର ପ୍ରତିଭା ପାଇଁ ସମ୍ବୋର୍ଦ୍ଧିତ କରାଯାଇଥାଏ ।

ମେଘାଲିଙ୍କୁ ତାଙ୍କର ଏହି ସଫଳତା ପାଇଁ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ଷ୍ଟାର ସବ୍ୟସାଚୀ ମିଶ୍ର, ଆକାଶ ଦାସନାୟକ, ଅନୁ ଚୌଧୁରୀ, ଭୂମିକା ଦାଶ, ଦେବଦତ, କ୍ରୀଡ଼ାବିତ୍ ଅଂଶିକା ରାଉତରାଏ ଏବଂ ଆନ୍ତର୍ଜାତୀୟ ଚେସ୍ ଖେଳାଳୀ ପଦ୍ମିନୀ ରାଉତ ମଧ୍ୟ ବହୁତ ପ୍ରଶଂସା କରିଛନ୍ତି । ‘ୟଙ୍ଗ ଜିିନିୟସ’ କାର୍ଯ୍ୟକ୍ରମରେ ମେଘାଲୀଙ୍କ ଏହି ପ୍ରେରଣାଦାୟୀ କାହାଣୀକୁ ଦର୍ଶକମାନେ ନ୍ୟୁଜ୧୮ ଇଣ୍ଡିଆରେ ୧୬ ଜାନୁଆରୀ (ଶନିବାର) ସଂନ୍ଧ୍ୟା ୭ଟା ଏବଂ ଏହାର ରିପିଟ ଟେଲିକାଷ୍ଟ ୧୭ ଜାନୁଆରୀ(ରବିବାର)ମଧ୍ୟାହ୍ନ ୧୨ଟାରେ ଦେଖିପାରିବେ ।

ମେଘାଲିଙ୍କ ଏହି ଅସାଧାରଣ ପ୍ରତିଭାକୁ ପ୍ରଶଂସାକରି ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ର କହିଛନ୍ତି ଯେ, “ମେଘାଲୀ ନିଜର ଏହି ପ୍ରତିଭା ସହିତ ଆମ ସଭିଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଓଡ଼ିଶା ସମେତ ପୁରା ଦେଶ ଆଜି ତାଙ୍କ ପାଇଁ ଗର୍ବିତ ।  ଏହିଭଳି ଭାବେ ଆଗକୁ ବଢ଼ିଚାଲନ୍ତୁ । ଆମେ ସଭିଏଁ ତୁମ ସହିତ ଅଛୁ ।” ସେହିଭଳି ଆନ୍ତର୍ଜାତୀୟ ଚେସ୍ ଖେଳାଳୀ ପଦ୍ମିନୀ ରାଉତ ମଧ୍ୟ ମେଘାଲୀଙ୍କୁ ତାଙ୍କର ସଫଳତା ପାଇଁ ଶୁଭକାମନା ଜଣାଇବା ସହିତ ସେ ଏହିଭଳି ଭାବେ ଆଗକୁ ବଢ଼ି ଚାଲନ୍ତୁ ବୋଲି କାମନା କରିଛନ୍ତି ।


Share It

Comments are closed.