ରାଜ୍ୟରେ ୪ କୋଟି ଛୁଇଁଲା କୋଭିଡ୍ ଟିକାକରଣ


ରାଜ୍ୟରେ ୪ କୋଟି ଛୁଇଁଲା ଟିକାକରଣ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ଏହି ସୂଚନା ପ୍ରଦାନ କରାଯାଇଛି । ସେପଟେ ଡିସେମ୍ବର ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟରେ ଟିକାକରଣ କେନ୍ଦ୍ର ୧୬୦୦ରୁ ବଢି ୨୪୦୦ ହୋଇଛି । ବିଶେଷ କରି ଗ୍ରାମାଞ୍ଚଳକୁ ଫୋକସ୍ କରି କେନ୍ଦ୍ର ଖୋଲା ଯାଉଛି । ଯେଉଁ ଗ୍ରାମରେ ୧୦୦ରୁ ଅଧିକ ଟିକା ନେଇ ନଥିବା ଲୋକ ଅଛନ୍ତି ସେଠାରେ କେନ୍ଦ୍ର ଖୋଲାଯାଇଛି ।


Share It

Comments are closed.