କରୋନାରେ ଆକ୍ରାନ୍ତ ହେଲେ ରାଜ୍ୟପାଳ ଗଣେଶୀ ଲାଲ


ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତାଙ୍କ ପତ୍ନୀଙ୍କର କରୋନା ପରୀକ୍ଷା ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ଏନେଇ ଟ୍ୱିଟ ଯୋଗେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଟ୍ୱିଟ‌ରେ ଲେଖାଯାଇଛି ଯେ, ‘ମାନ୍ୟବର ରାଜ୍ୟପାଳ ଏବଂ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଛନ୍ତି । ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷଣ କରାଇନେବାକୁ ଅନୁରୋଧ ।’


Share It

Comments are closed.