ଆଜି ଅପରାହ୍ନ ୧.୪୫ରେ ଲକଡାଉନ ବୃଦ୍ଧିକୁ ନେଇ ମୁଖ୍ୟ ଶାସନ ସଚିବ କରିପାରନ୍ତି ଘୋଷଣା


ବଡ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ। ରାଜ୍ୟରେ କରୋନା ସ୍ଥିତି ନେଇ ଆଜି ୧ଟା ୪୫ ମିନିଟ୍ ସମୟରେ ପ୍ରେସ୍ ବିବୃତି ପ୍ରଦାନ କରିବେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର। ରାଜ୍ୟରେ ଲକ୍‌ଡାଉନ୍ ଅବଧି ବଢ଼ି ପରେ ବୋଲି ଚର୍ଚ୍ଚା ହୋଉଛି। ଏହି କାର୍ଯ୍ୟକ୍ରମକୁ @IPROdisha ୟୁଟ୍ୟୁବ୍ ଚାନେଲ୍ ତଥା ଅନ୍ୟାନ୍ୟ ନ୍ୟୁଜ୍ ଚାନେଲ୍ ମାଧ୍ୟମରେ ଲାଇଭ୍ ଦେଖିପାରିବେ।
ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଗତ ୨୪ ଘଣ୍ଟାରେ ୧୦ ହଜାର ୩୨୧ ପଜିଟିଭ୍ କେସ୍ ବାହାରିଥିବା ବେଳେ ୨୨ ଜଣଙ୍କ ଜୀବନ ଯାଇଛି । ରାଜ୍ୟରେ ସଂକ୍ରମଣ ପ୍ଲାଟୋ ଷ୍ଟେଜରେ ଥିଲେ ମଧ୍ୟ କେତେବେଳେ କମବେଶୀ ମଧ୍ୟ ହେଉଛି ।ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଲକ୍‌ଡାଉନ୍‌ ଜାରି କରାଯାଇଛି । କରୋନା ଜନିତ ବିପଦ ରହିଥିବା ସତ୍ତ୍ୱେ ଅନେକ ବ୍ୟକ୍ତି ନିୟମ ମାନୁ ନାହାଁନ୍ତି । ଗାଇଡଲାଇନ୍ ପାଳନ କରୁନାହାଁନ୍ତି । ଫଳରେ ସଂକ୍ରମଣ ବ୍ୟାପୁଥିବା ଦେଖିବାକୁ ମିଳିଛି । ଯାହା ଚିନ୍ତା ବଢାଇଦେଇଛି । ଏସବୁକୁ ନଜରରେ ରଖି ମୁଖ୍ୟ ଶାସନ ସଚିବ କିଛି ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି ସୂଚନା ମିଳିଛି ।


Share It

Comments are closed.