କରୋନାରେ ଆକ୍ରାନ୍ତ ହେଲେ ରାଜ୍ୟ ବିଜେପି ଅଧ୍ୟକ୍ଷ ସମୀର ମହାନ୍ତି


ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ପ୍ରଥମେ କିଛି ଅସୁସ୍ଥତା ଅନୁଭବ କରିବାରୁ ସେ ନିଜର କରୋନା ଟେଷ୍ଟ କରିଥିଲେ । ସେ କରୋନା ପଜିଟିଭ୍‌ ଥିବା ରିପୋର୍ଟ ଆସିଥିଲା । ପରେ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି।

ଟ୍ୱିଟରେ ସେ ସମୀର କହିଛନ୍ତି ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶ ଆସିଥିବା ଲୋକମାନେ ନିଜକୁ ଆଇସୋଲେସନ୍‌ରେ ରଖନ୍ତୁ ଏବଂ ଆବଶ୍ୟକ ପଡ଼ିଲେ ନିଜର କରୋନା ଟେଷ୍ଟ ମଧ୍ୟ କରେଇ ନେବାକୁ ସେ କହିଛନ୍ତି।


Share It

Comments are closed.