ଓଡିଶାର ଡିଜାଇନ ଛାତ୍ରୀଙ୍କ ଅଭିନବ ପୋର୍ଟେବୁଲ ଇନ୍ସୁଲିନ କୁଲର୍‌କୁ ମିଳିଲା ପୁରସ୍କାର


ଭୁବନେଶ୍ୱର : ଓଡିଶାର କୋମଲ ପଣ୍ଡାଙ୍କୁ ଜେମ୍‌ସ ଡାଇସନ ଆୱାର୍ଡ ୨୦୨୪ ପାଇଁ ଭାରତର ଜାତୀୟ ବିଜେତା ଘୋଷଣା କରାଯାଇଛି । ତାଙ୍କର ଉଦ୍ଭାବନ ‘ନୋଭୋକ୍ୟାରୀ’ -ଏକ ପୋର୍ଟେବୁଲ କୁଲିଙ୍ଗ କ୍ୟାରିୟରକୁ ଦେଶବ୍ୟାପୀ ଏକାଧିକ ଉଦ୍ଭାବନଗୁଡିକ ମଧ୍ୟରେ ଚୟନ କରାଯାଇଛି, ଯାହା ଇନ୍ସୁଲିନ ଓ ଅନ୍ୟାନ୍ୟ ତରଳ ଔଷଧକୁ ଇଚ୍ଛା ମୁତାବକ ତାପମାତ୍ରା ଅଧିନରେ ରଖିବାରେ ସାହାଯ୍ୟ କରିଥାଏ । ଭାରତର ଜାତୀୟ ବିଜେତା କୋମଲ ଏହି ପୁରସ୍କାର ବାବଦରେ ପ୍ରାୟ ୫ ଲକ୍ଷ ଟଙ୍କା (୫୦୦୦ ୟୁରୋ)ର ଅର୍ଥରାଶି ପାଇବେ । ଜେମ୍‌ସ ଡାଇସନ ଆୱାର୍ଡ (ଜେଡିଏ) ସରଳ ତଥାପି ପ୍ରଭାବୀ ଇଞ୍ଜିନିୟରିଂ ସିଦ୍ଧାନ୍ତଗୁଡିକର ବ୍ୟବହାର କରି ସ୍ୱଦେଶୀ ସମାଧାନ ପ୍ରସ୍ତୁତ କରିବା ପାଇଁ ୩୦ଟି ଦେଶରୁ ଛାତ୍ରଛାତ୍ରୀଙ୍କୁ ଆବେଦନ ଆହ୍ୱାନ କରିଥିଲା । ଭାରତରେ ୨୦୨୪ ସଂସ୍କରଣ ଉଲ୍ଲେଖନୀୟ ଉଦ୍ଭାବନ କୌଶଳର ଏକ ପ୍ରଦର୍ଶନୀ ଥିଲା ଯେଉଁଥିରେ ଯୁବ ଇଞ୍ଜିନିୟରମାନେ ବାସ୍ତବ ଦୁନିଆର ସମସ୍ୟାଗୁଡିକ ପାଇଁ ଅଭିନବ ସମାଧାନ ଉପସ୍ଥାପନ କରିଥିଲେ । ନୋଭୋକ୍ୟାରୀର ଆଧୁନିକ କୁଲିଙ୍ଗ ଟେକ୍ନୋଲୋଜି ସୀମିତ ବିଜୁଳି ସୁବିଧା ଥିବା ଅଂଚଳରେ ମଧ୍ୟ ଦୀର୍ଘ ଦୂରତାର ଯାତ୍ରା ସମୟରେ ଇନ୍ସୁଲିନ୍‌ର ପୋଟେନ୍ସିକୁ ସଂରକ୍ଷିତ ରଖିଥାଏ ଏବଂ ଏହାର ଶକ୍ତିଶାଳୀ ବ୍ୟାଟେରୀ ଏକ ଚାର୍ଜିଙ୍ଗ ଷ୍ଟେସନ ଭାବେ ଦୁଇଗୁଣ ବୃଦ୍ଧି ହୋଇଥାଏ ।

ଏସମ୍ପର୍କରେ ଡାଇସନର ବରିଷ୍ଠ ଡିଜାଇନର ମ୍ୟାନେଜର ନାଥନ ଲ’ସନ ମ୍ୟାକ୍‌ଲିନ କହିଛନ୍ତି, “ଡିଜାଇନ ଇଞ୍ଜିନିୟରିଂ ନିକଟରେ ସମଗ୍ର ବିଶ୍ୱକୁ ରୂପାନ୍ତର କରିବାର ଶକ୍ତି ରହିଛି । ଜେମ୍‌ସ ଡାଇସନ ଆୱାର୍ଡ କେବଳ ଅଭିନବ ସମାଧାନଗୁଡିକୁ ସ୍ୱୀକୃତି ପ୍ରଦାନ କରିବା ସମ୍ପର୍କିତ ନୁହେଁ ବରଂ ଏହା ଇଞ୍ଜିନିୟରମାନଙ୍କର ପରବର୍ତୀ ପିଢିକୁ ସୃଜନଶୀଳ ଭାବେ ଚିନ୍ତା କରିବା ଏବଂ ଭବିଷ୍ୟତର ଆହ୍ୱାନଗୁଡିକର ମୁକାବିଲା କରିବା ପାଇଁ ଅନୁପ୍ରାଣିତ କରିବା ସମ୍ପର୍କିତ ଅଟେ । ମୁଁ ଚଳିତ ବର୍ଷ ଭାରତରୁ ମିଳିଥିବା ଆବେଦନଗୁଡିକୁ ନେଇ ବାସ୍ତବରେ ଖୁବ୍ ପ୍ରଭାବିତ ହୋଇଛି ଯେଉଁଥିରେ କୋମଲ ପଣ୍ଡାଙ୍କ ନୋଭୋକ୍ୟାରି ଭଳି ଉଲ୍ଲେଖନୀୟ ଉଦ୍ଭାବନ ସାମିଲ ରହିଛି ।” ଡବ୍ଲ୍ୟୁଏଚ୍‌ଓ ରିପୋର୍ଟ ଅନୁଯାୟୀ, ପ୍ରାୟ ୨୦% ତାପମାତ୍ରା-ସମ୍ବେଦନଶୀଳ ସ୍ୱାସ୍ଥ୍ୟସେବା ଉତ୍ପାଦଗୁଡିକ ଶୀତଳ ଭଣ୍ଡାରର ଅଭାବ କାରଣରୁ ରାସ୍ତାରେ ହିଁ କ୍ଷତିଗ୍ରସ୍ତ ହୋଇଥାଏ । ନୋଭୋକ୍ୟାରୀ ଔଷଧଗୁଡିକର ପୋର୍ଟେବିଲିଟିର ଅଭାବ ଓ ଅପର୍ଯ୍ୟାପ୍ତ କୁଲିଂ ଦକ୍ଷତା ସମସ୍ୟାକୁ ସମାଧାନ କରୁଛି ।

ଜେମ୍‌ସ ଡାଇସନ ଆୱାର୍ଡ ୨୦୨୪ ପାଇଁ ଭାରତର ଜାତୀୟ ବିଜେତା କୋମଲ ପଣ୍ଡା କହିଛନ୍ତି, “ଅଫିସରେ ରେଫ୍ରିଜରେଶନର ଅଭାବ କାରଣରୁ ଇନ୍‌ସୁଲିନକୁ ସଂରକ୍ଷିତ ରଖିବା ଓ ପରିବହନ କରିବା ପାଇଁ ମୋର ପିତା ସମ୍ମୁଖୀନ ହେଉଥିବା ଦୈନନ୍ଦିନ ସଂଘର୍ଷକୁ ଦେଖିବା ପରେ ମୁଁ ନୋଭୋକ୍ୟାରୀର ନିର୍ମାଣ କରିବା ପାଇଁ ଅନୁପ୍ରାଣିତ ହୋଇଥିଲି । ମୋର ଲକ୍ଷ୍ୟ ଥିଲା ଏଭଳି ଏକ ସମାଧାନ ଡିଜାଇନ କରିବା ଯାହା ଲୋକମାନଙ୍କ ପାଇଁ ସ୍ୱାଧୀନତା ଓ ମାନସିକ ଶାନ୍ତିକୁ ପ୍ରୋତ୍ସ୍‌ାହିତ କରିବ ଯେଉଁମାନେ ରେଫ୍ରିଜରେଶନ ଆବଶ୍ୟକ କରୁଥିବା ଔଷଧଗୁଡିକ ଉପରେ ନିର୍ଭର କରିଥାନ୍ତି । ଜେମ୍‌ସ ଡାଇସନ ଆୱାର୍ଡ ଜିତିବା ମୋ ପାଇଁ ସ୍ୱପ୍ନ ପରି ଅଟେ । ମୁଁ ଏହି ଉତ୍ପାଦକୁ ଯଥାଶୀଘ୍ର ସମସ୍ତଙ୍କ ପାଇଁ ଉପଲବ୍ଧ କରିବା ଏବଂ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ମଧୁମେହ ସହ ବଂଚିବାକୁ ଆଉ ଟିକେ ସହଜ କରିବା ଲାଗି ଉତ୍କଣ୍ଠାର ସହ ଅପେକ୍ଷା କରିଛି ।” ଜାତୀୟ ବିଜେତା ବ୍ୟତୀତ ଜେମ୍‌ସ ଡାଇସନ ଆୱାର୍ଡ ଭାରତ ପାଇଁ ପ୍ରଥମ ଓ ୨ୟ ରନର୍‌ସ ଅପ୍ ଭାବେ ଯଥାକ୍ରମେ କ୍ରିଆ ଲିମ୍ବ ଓ ହାଇଡ୍ରୋଚୁର୍ଣ୍ଣଙ୍କ ନାମ ଘୋଷଣା କରିଛି । ଶୀର୍ଷ ୩ଟି ଆବେଦନ ଆନ୍ତର୍ଜାତୀୟ ପର୍ଯ୍ୟାୟରେ ଭାରତର ପ୍ରତିନିଧିତ୍ୱ କରିବେ । ଫାଇନାଲର ବିଜେତାମାନଙ୍କୁ ସାର୍ ଜେମ୍‌ସ ଡାଇସନ ନିଜେ ଚୟନ କରିବେ । ଜେମ୍‌ସ ଡାଇସନ ଫାଉଣ୍ଡେଶନ ଦ୍ୱାରା ପରିଚାଳିତ ଏବଂ ଜେମ୍‌ସ ଡାଇସନଙ୍କ ଦ୍ୱାରା ସ୍ଥାପିତ ଏକ ଚାରିଟେବୁଲ ଟ୍ରଷ୍ଟ ଜେମ୍‌ସ ଡାଇସନ ଆୱାର୍ଡ ଯୁବପିଢିଙ୍କ ମଧ୍ୟରେ ଡିଜାଇନ ଇଞ୍ଜିନିୟରିଂ ପାଇଁ ଉତ୍ସାହକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ସର୍ଗୀକୃତ ରହିଛି ।

 


Share It

Comments are closed.