ରାଜ୍ୟରେ ୫୫୦ ନୂଆ ଆକ୍ରାନ୍ତ ଚିହ୍ନଟ, ଅନୁଗୁଳରେ ସର୍ବାଧିକ


ରାଜ୍ୟରେ କରୋନା ଗ୍ରାଫ୍‌ ତଳକୁ ତଳକୁ ଖସି ଚାଲିଛି । ସକ୍ରିୟ ରୋଗୀ ସଂଖ୍ୟା ଏବେ ଦିନକୁ ଦିନ ତଳମୁହାଁ ହେବାରେ ଲାଗିଛି। କିନ୍ତୁ କୋଭିଡ୍ ମୃତ୍ୟୁରେ ଲାଗୁନି ବ୍ରେକ୍‌ । ୨୪ ଘଣ୍ଟା ରାଜ୍ୟରେ ୨୮ ଟି ଜିଲ୍ଲାରୁ ୫୫୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୧୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୩୩ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧୭ ହଜାର ୭୮୯ କୁ ବୃଦ୍ଧି କରିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆଜି ଚିହ୍ନଟ ହୋଇଥିବା ୫୫୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୫୩ ଜଣ, ଖୋର୍ଦ୍ଧାରୁ ୪୯ ଜଣ, ସୁନ୍ଦରଗଡ଼ରୁ ୪୭ ଜଣ ମୟୂରଭଞ୍ଜରୁ ୪୦ ଜଣ, ସମ୍ବଲପୁରରୁ ୩୭ ଜଣ, କଟକରୁ ୩୫ ଜଣ,ନୂଆପଡ଼ାରୁ ୩୧ ଜଣ, ପୁରୀରୁ ୨୬ ଜଣ, ବରଗଡ଼ ଓ ଝାରସୁଗୁଡାରୁ ୨୫ଜଣ ଲେଖାଏଁ, ବାଲେଶ୍ୱର ଓ ବଲାଙ୍ଗୀର ୨୧ଜଣ ଲେଖାଏଁ, ଜଗତସିଂହପୁର, ଯାଜପୁର ଓ କଳାହାଣ୍ଡିରୁ ୧୯ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୧୬ ଜଣ, କେନ୍ଦୁଝରରୁ ୧୩ ଜଣ,ନବରଙ୍ଗପୁରରୁ ୮ ଜଣ, ଦେବଗଡ଼ରୁ ୭ ଜଣ, ଭଦ୍ରକ ଓ ଢ଼େଙ୍କାନାଳରୁ ୫ ଜଣ ଲେଖାଏଁ, ଗଞ୍ଜାମରୁ ୪ ଜଣ,ମାଲକାନଗିରି ଓ ସୋନପୁର ଜିଲ୍ଲାରୁ ୩ ଜଣ ଲେଖାଏଁ, ବୌଦ୍ଧ, ନୟାଗଡ଼, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୧୭ ହଜାର ୭୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୬ ହଜାର ୨୫୯ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୦୯ ହଜାର ୭୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୭୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୫୮ ଲକ୍ଷ ୧୯ ହଜାର ୫୮୪ ସାମ୍ପୁଲ ଟେଷ୍ଟ୍ ହୋଇଛି।


Share It

Comments are closed.