ରାଜ୍ୟରେ ୪୧୮ ନୂଆ ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡରୁ ସର୍ବାଧିକ


କରୋନା ଗ୍ରାଫ୍‌ ତଳକୁ ତଳକୁ ଖସି ଚାଲିଛି । ସଂକ୍ରମଣ ଏବେ ଶୂନ ମୁହାଁ ହୋଇଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ତଳକୁ ତଳକୁ ଖସୁଛି । ଗତ କିଛି ଦିନ ହେଲା ସଂକ୍ରମଣ ୫ଶହ ପାଖାପାଖି ରହୁଛି। ୨୪ ଘଣ୍ଟା ରାଜ୍ୟରେ ୨୮ ଟି ଜିଲ୍ଲାରୁ ୪୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୭୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୨୧ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୭୨୫ କୁ ବୃଦ୍ଧି କରିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଛି। ୨୪ ଘଣ୍ଟା ମଧ୍ୟରେ ୪୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ସଂକ୍ରମିତ ମଧ୍ୟରୁ ଅନୁଗୁଳରୁ ୩୪ ଜଣ, ମୟୂରଭଞ୍ଜରୁ ୩୨ ଜଣ, କଟକରୁ ୨୫ ଜଣ, ଖୋର୍ଦ୍ଧା ଓ ନୂଆପଡ଼ା ଜିଲ୍ଲାରୁ ୨୩ ଜଣ ଲେଖାଏଁ, ଯାଜପୁରରୁ ୨୦ ଜଣ, ବାଲେଶ୍ୱର କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାରୁ ୧୯ ଜଣ ଲେଖାଏଁ, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରୁ ୧୭ ଜଣ ଲେଖାଏଁ, ଜଗତସିଂହପୁରରୁ ୧୬ ଜଣ, ବଲାଙ୍ଗୀରରୁ ୧୫ ଜଣ, ଝାରସୁଗୁଡାରୁ ୧୪ ଜଣ, କଳାହାଣ୍ଡି ଓ ପୁରୀ ଜିଲ୍ଲାରୁ ୧୩ ଜଣ ଲେଖାଏଁ, କୋରାପୁଟରୁ ୯ ଜଣ, ବରଗଡ଼,ଢ଼େଙ୍କାନାଳ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରୁ ୭ ଜଣ ଲେଖାଏଁ, ଭଦ୍ରକରୁ ୪ ଜଣ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରୁ ୩ ଜଣ ଲେଖାଏଁ, ଦେବଗଡ଼,ଗଜପତି ଓ କନ୍ଧମାଳ ଜିଲ୍ଲାରୁ ୨ ଜଣ ଲେଖାଏଁ,ଷ୍ଟେଟ୍ ପୋଲ୍‌ରୁ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୧୮ ହଜାର ୭୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୫ ହଜାର ୬୭୭ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୧୧ ହଜାର ୨୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୭୩୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୫୯ ଲକ୍ଷ ୦୪ ହଜାର ୫୭୦ ସାମ୍ପୁଲ ଟେଷ୍ଟ୍ ହୋଇଛି।


Share It

Comments are closed.