ଯାଜପୁରରେ ଖୋଲିଲା ନୂତନ ବେକରୀ ଷ୍ଟୋର ‘ୟମିଜ୍’


ଯାଜପୁରଠାରେ ନୂତନ ବେକରୀ ତଥା ସୁସ୍ୱାଦୁ ଖାଦ୍ୟର ଷ୍ଟୋର୍ ୟମିଜର ଶୁଭାରମ୍ଭ କରାଯାଇଛି । ଆଧୁନିକ ପିଢ଼ିର ଯୁବଗୋଷ୍ଠିଙ୍କ ଖାଦ୍ୟ ରୁଚିକୁ ଦୃଷ୍ଟିରେ ରଖି ଏହି ଷ୍ଟୋର ଖୋଲାଯାଇଛି । ଶୁଭାରମ୍ଭ ଅବସରରେ ଏହା ଗ୍ରାହକମାନଙ୍କୁ ବିଭିନ୍ନ ବେକରୀ ଆଇଟମ୍ ଉପରେ ଆକର୍ଷଣୀୟ ଅଫର୍ ପ୍ରଦାନ କରୁଛି । ଗ୍ରାହକମାନେ ୧୦୦ ଟଙ୍କାର ବେକରୀ ଆଇଟମ୍ କ୍ରୟ କରି ୧୦% ରିହାତି ଓ ଆଇସକ୍ରିମ୍ ଉପରେ ୫% ରିହାତି ପାଉଛନ୍ତି । ସୂସ୍ୱାଦୁ ବେକରୀ ଆଇଟମରେ ଭରପୁର ‘ୟମିଜ୍’ ଯାଜପୁର ରୋଡ଼ ସବ୍୍-ରେଜିଷ୍ଟ୍ରାର୍ ଅଫିସ ନିକଟରେ ସ୍ଥାପନ କରାଯାଇଛି ।
ଏହି ଶୁଭାରମ୍ଭ ଅବସରରେ ୟମିଜ୍ ଷ୍ଟୋରର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅମରେଶ ମହାନ୍ତି ପ୍ରକାଶ କରିଛନ୍ତି ଯେ, “ବର୍ତ୍ତମାନ ଯୁବପିଢ଼ିଙ୍କ ଖାଦ୍ୟର ପସନ୍ଦତାକୁ ଦୃଷ୍ଟିରେ ରଖି ଏହି ଷ୍ଟୋରର ଉନ୍ମୋଚନ କରାଯାଇଛି । ଯାଜପୁରରେ ଆମେ ଲୋକମାନଙ୍କ ଖାଦ୍ୟ ଚାହିଦାଗୁଡ଼ିକୁ ପୂରଣ କରିବାକୁ ସର୍ବଦା ଚେଷ୍ଟା କରିବୁ । ଆମେ ଆଶା କରୁଛୁ ଯେ, ୟମି ଖାଦ୍ୟରେ ରୁଚି ରଖୁଥିବା ଲୋକମାନେ ଏଠାକୁ ଆସି ସୁଲଭ ମୂଲ୍ୟରେ ସେମାନଙ୍କ ମନ ପସନ୍ଦର ଖାଦ୍ୟ ପାଇପାରିବେ ।”


Share It

Comments are closed.