ଏପ୍ରିଲରେ ପରଦାକୁ ଆସିବ ଅକ୍ଟୋବର


ଯୁବ ସମୟ -୨୦୧୮ର ଆଗାମୀ ରୋମାନଟିକ ଡ୍ରାମା ଫିଲ୍ମ ଅକ୍ଟୋବର ଏପ୍ରିଲ ୧୩ରେ ପରଦାକୁ ଆସିବ । ଏଥିରେ ବରୁଣ ଧୱନ,ନବାଗତା ବନିତା ସନ୍ଧୁ ଏବଂ ଗିତାଞ୍ଜଳି ରାଓଙ୍କ ସିହତ ନଜରରେ ଆସିବେ । ଏହାର ନିର୍ଦ୍ଦେଶନା ସୁରଜିତ ସିରକାର ଦେଇଥିବା ବେଳେ ଏହାର କାହାଣୀ ଜୁହି ଚର୍କବର୍ତ୍ତୀଙ୍କ ଦ୍ୱାରା ଲିଖିତ ।
ଏହାର ଔପଚାରିକ ପୋଷ୍ଟର ଏବଂ ଟ୍ରେଲର ୧୨ ମାର୍ଚ୍ଚ ୨୦୧୮ରେ ରିଲିଜ ହୋଇଥିଲା । ସୂଚନା ଅନୁଯାୟୀ ଏହି ଚଳଚ୍ଚିତ୍ରଟି ହଲିଉଡର ଓସ୍କାର ନୋମିନେଟେଡ ଫିଲ୍ମ ‘ହର’ କାହାଣୀରୁ ପ୍ରୋତ୍ସାହିତ । ଏହା ଏକ ପ୍ରେମ କାହାଣୀ ନୁହେଁ କିନ୍ତୁ ଏହା ପ୍ରେମ ସମ୍ବନ୍ଧରେ ଏକ କାହାଣୀ ବୋଲି ଦର୍ଶାଯାଇଛି । ଏଥିରେ ବରୁଣ ଧୱନ ଏବଂ ବିନୀତା ଉଭୟ ହୋଟେଲ ମ୍ୟାନେଜମେଣ୍ଟ ବିଦ୍ୟାର୍ଥୀ । ଡାନ (ବରୁଣ) ଏବଂ ଶିଉଳି (ବିନୀତା) ପ୍ରେମରେ ପଡୁଛନ୍ତି କିନ୍ତୁ କିଛି ଘଟିବା ଆଗରୁ ଶିଉଳିର ଏକ ଦୁର୍ଘଟଣାରେ ନିଜର ଚେତନା ହରାଇ ବସୁଛନ୍ତି । ଏହି ଶୀର୍ଷକ ନେଇ ପ୍ରସ୍ତୁତ କାହାଣୀଟି ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇପାରିବ ବୋଲି ଆଶା କରାଯାଉଛି ।


Share It

Comments are closed.