ସୌନ୍ଦର୍ଯ୍ୟ ଏବଂ କେଶ ପାଇଁ ଉପକାରୀ ଓଟସ


ଓଟସ ଏପରି ଏକ ଖାଦ୍ୟ ଯାହାକୁ ଆମ୍ଭେମାନେ ସୁସ୍ଥକର ଖାଦ୍ୟଭାବେ ପ୍ରତିଦିନ ଖାଇପାରିବା । ଏହା ବ୍ୟତୀତ ଏହାର ବହୁ ସ୍ୱାସ୍ଥ୍ୟ ସୁବିଧା ରହିଛି ଯାହା କେଶ ଏବଂ ତ୍ୱଚା ପାଇଁ ଖୁବ ଉପକାରୀ । ଆପଣ ନିଜର ରୋଷେଇ ଘରୁ ଏହାକୁ ବାହାର କରି ସୌନ୍ଦର୍ଯ୍ୟ ଉପକରଣଭାବେ ବ୍ୟବହାର କରିପାରିବେ ।
ଗୋଟିଏ କପ ଓଟ୍ସ ଦ୍ୱାରା କେବଳ ଫିଟନେସ ନୁହେଁ ଆପଣ ନିଜର ସୌନ୍ଦର୍ଯ୍ୟର ମଧ୍ୟ ଧ୍ୟାନ ରଖିପାରିବେ । ଏହା ଫାଇବର, ଆଇରନ, ପ୍ରୋଟିନ ଏବଂ ଭିଟାମିନର ଏକ ଉତ୍ତମ ସ୍ରୋତ ହୋଇଥିବାରୁ ହୃଦ ରୋଗ, ନିମ୍ନ ରକ୍ତ ଚାପ ଏବଂ ନର୍ଭସ ସିଷ୍ଟମର କାର୍ଯ୍ୟକଳାପ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ତ୍ୱଚା ଏବଂ କେଶର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ କଣ ରହିଛି ଓଟ୍ସର ଭୂମିକା ।

୧. ତ୍ୱଚାକୁ ରିପାୟର କରିବା –  ଲମ୍ବା ସମୟ ପର୍ଯ୍ୟନ୍ତ ବାହାରେ ଖରାରେ ରହିଲେ ପ୍ରଦୂଷଣ ଏବଂ ମଇଲା ଦ୍ୱାରା ତ୍ୱଚା ଖରାପ ତଥା ଶୁଖିଲା ହେବାର ସମ୍ଭାବନା ଥାଏ । ଏହା ତ୍ୱଚାର ସଂକ୍ରମଣ କରିଥାଏ । ଯଦି ଆପଣଙ୍କ ତ୍ୱଚାକୁ କ୍ଲିନଜିଙ୍ଗ ଏବଂ ମଶ୍ଚରାଇିଙ୍ଗ କରିବାକୁ ଚାହଁଛନ୍ତି ତେବେ ଆପଣ ଓଟ୍ସର ପ୍ୟାକ ବ୍ୟବହାର କରିପାରିବେ । ଆପଣ ବ୍ଲେଣ୍ଡରରେ ଏକ କପ ଓଟ୍ସ ନେଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଏବଂ କିଛି ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ଲଗାଇ ୧୦ମିନିଟରୁ ୧୫ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଏହା ସହିତ ଆପଣ ଦହି ଏବଂ ଗୋଲାପ ଜଳ ମଧ୍ୟ ମିଶାଇ ପାରିବେ । ଏହାକୁ ତ୍ୱଚାକୁ ମଶ୍ଚରାଇଜ କରିବାରେ ସାହାଯ୍ୟ କରିଥାଏ ।

୨. ଡିପ କ୍ଲିନଜିଙ୍ଗରେ ସାହାଯ୍ୟ କରିଥାଏ – ଏହା ଗୁଣ୍ଡ ଆକାରରେ ହୋଇଥିବାରୁ ଏହା ତ୍ୱଚାକୁ କିଛି କ୍ଷତି ନକରି ତ୍ୱଚାକୁ ଏକ୍ସଫୋଲିଏଟ କରିଥାଏ । ଆପଣ ବାହାରେ ରସାୟନ ଯୁକ୍ତ ଫୋସ ୱାସ କିମ୍ବା କ୍ଲିନଜର ବ୍ୟବହାର ନକରି ଏହାକୁ ଘରୋଇ ଉପାୟରେ ପ୍ରସ୍ତୁତ କରି ବ୍ୟବହାର କରିପାରିବେ । ଦୁଇ ଚାମଚ ଓଟ୍ସ, ଗୋଟିଏ ଚାମଚ ଦହି, ଗୋଟିଏ ଚାମଚ ମହୁକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ଲଗାଇ ୧୫ମିନିଟ ପର୍ଯ୍ୟନ୍ତ ଧିରେ ଧିରେ ମସାଜ କରନ୍ତୁ । ଏହା ତ୍ୱଚାରେ ଥିବା କଳା ଦାଗ, ବ୍ରଣର ମୁହଁ ଇତ୍ୟାଦିକୁ କମ କରିବାରେ ସାହାଯ୍ୟ କରିଥାଏ ।

୩. ବ୍ରଣ ଦାଗ କମ କରିବାରେ ସାହାଯ୍ୟ କରିଥାଏ – ଆପଣ ଯଦି ମୁହଁରେ ସ୍ୱଚ୍ଛ ଏବଂ ଉଜ୍ଜ୍ୱଳ ଗୋରାପଣ ଚାହୁଁଛନ୍ତି ତେବେ ଓଟସ ଆପଣଙ୍କ ପାଇଁ ଏକ େଓøଷଧି ପରି କାମ କରିବ । ଏହା ମୁହଁକୁ ଖୁବ ଭିତରୁ ସଫା କରିଥାଏ । ଗୋଟିଏ ଅଧା ଲେମ୍ବୁର ରସ, ଗୋଟିଏ ଚାମଚ ଦହି, ଅଣ୍ଡାର ଧଳା ଅଂଶ, ଗୋଟିଏ ଚାମଚ ଓଟସ ପାଉଡର ମିଶାଇ ଗୋଟିଏ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁ ଏବଂ ବେକରେ ଲଗାଇ ୧୦ରୁ ୧୫ମିନିଟ ଛାଡିଦିଅନ୍ତୁ । ଏହା ପରେ ଥଣ୍ଡା ପାଣିରେ ଭଲଭାବେ ଧୋଇଦିଅନ୍ତୁ । ଏହା ମୁହଁରେ ଥିବା କଳା ଦାଗକୁ ଦୂର କରି ମୁହଁରେ ଉଜ୍ଜ୍ୱଳତା ଫେରାଇ ଆଣିବାରେ ସାହାଯ୍ୟ କରିଥାଏ ।

୪. ତ୍ୱଚାରେ ତୈଳ ଅଂଶର ସନ୍ତୁଳନ ରକ୍ଷା କରିଥାଏ – ତ୍ୱଚାରେ ତେଲିଆ ସମସ୍ୟା ରହିଥିଲେ ଓଟସ ପାଉଡର ଖୁବ ଭଲ ଲାଭ ପ୍ରଦାନ କରିବ । ଆପଣ ମୁହଁରେ ଏହାକୁ ମାସ୍କ କିମ୍ବା ସ୍କ୍ରବ ପରି ବ୍ୟବହାର କରିପାରିବେ । ଗୋଟିଏରୁ ଦୁଇ ଚାମଚ ଓଟସକୁ ଏକ ଫାଇନ ଗୁଣ୍ଡ କରନ୍ତୁ ଏଥିରେ ଗୋଟିଏ ଟମାଟର ପ୍ୟୁରି, ଗୋଲାପ ଜଳ ମିଶାନ୍ତୁ । ଏହାକୁ ଆପଣଙ୍କ ତ୍ୱଚା ଏବଂ ବେକରେ ଲଗାଇ ୧୫ରୁ ୨୦ମିନିଟ ଛାଡିଦିଅନ୍ତୁ । ଏବଂ ଏହାପରେ ହାଲକା ଉଷୁମ ଜଳରେ ଧୋଇଦିଅନ୍ତୁ । ଏହା ମୁହଁରେ ଥିବା ତେଲିଆ ଅଂଶକୁ କମ କରିବା ସହିତ ବ୍ରଣ ଜନିତ ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।

୫. ତେଲିଆ ତାଳୁ ତଥା କୁଣ୍ଡାଇ ହେବା ସମସ୍ୟାରୁ ମୁକ୍ତି – ଆପଣଙ୍କ ମୁଣ୍ଡ ବାରମ୍ବାର କୁଣ୍ଡାଇ ହେଉଥିଲେ କିମ୍ବା ରୁପି ସମସ୍ୟା ଦେଖାଯାଉଥିଲେ ଆପଣ ଏହି ଓଟସକୁ ଏକ ଆଣ୍ଟି-ଡ୍ୟାନଡ୍ରଫ ସାମ୍ପ୍ୟୁ ଭାବେ ବ୍ୟବହାର କରିପାରିବେ । ଗୋଟିଏ କପ ଓଟସକୁ ଗୁଣ୍ଡ କରି ତାହାକୁ ଗୋଟିଏ କପ ଦୁଗ୍ଧ ସହିତ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଦୁ୍ଗ୍ଧ ପରିବର୍ତ୍ତେ ଆପଣ ଦହି ମଧ୍ୟ ବ୍ୟବହାର କରିପାରିବେ । ଏହାକୁ ମୁଣ୍ଡରେ ୩୦ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ ଏବଂ ସାମାନ୍ୟ ଉଷୁମ ଜଳରେ ଧୋଇ ଦିଅନ୍ତୁ ।

୬. ରୁପି ସମସ୍ୟାରୁ ମୁକ୍ତି – ଆପଣ ରୁପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବହୁ ପ୍ରକାରର ସ୍ୟାମ୍ପୁ ବ୍ୟବହାର କରୁଥିବେ । କିନ୍ତୁ ଓଟସ ଏହା ପାଇଁ ଏକ ଉପଯୁକ୍ତ େଓøଷଧ । ଗୋଟିଏ କପ ଓଟସ ସହିତ କିଛି ପାଣି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ସେହି ମିଶ୍ରଣରେ କିଛି ଟ୍ରି ଅଏଲ ମିଶାନ୍ତୁ ଏବଂ ଗୋଟିଏ କଟନ ବଲ ସାହାଯ୍ୟରେ କେଶରେ ଲଗାଇ ୩୦ମିନିଟ ପର୍ଯ୍ୟନ୍ତ ଛାଡିଦିଅନ୍ତୁ । ଏହା ପରେ ସାମାନ୍ୟ କିଛି ସ୍ୟାମ୍ପୁକୁ ନେଇ ମୁଣ୍ଡ ଧୋଇଦିଅନ୍ତୁ । ଏହା କେଶରେ ରୁପି ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ପ୍ରଦାନ କରିଥାଏ । ଏହାକୁ ଆପଣ ସପ୍ତାହକୁ ଥରେ ମଧ୍ୟ ବ୍ୟବହାର କରିିପାରିବେ ।


Share It

Comments are closed.