ମହାରାଷ୍ଟ୍ରରେ ଦୁଇଟି ଡାଟା ସେଂଟର କ୍ୟାମ୍ପସ ସ୍ଥାପନ କରିବ ଏୟାରଟେଲର ଏନଏକ୍ସଟ୍ରା


ଭୁବନେଶ୍ୱର: ଭାରତୀ ଏୟାରଟେଲ ପକ୍ଷରୁ ଏହାର ସହାୟକ କମ୍ପାନୀ, ଏନଏକ୍ସଟ୍ରା ଡାଟା ଲିମିଡେଟ ମହାରାଷ୍ଟ୍ରରେ ଦୁଇଟି ନୂତନ ଡାଟା ସେଂଟର ସ୍ଥାପନ କରିବା ଲାଗି ମହାରାଷ୍ଟ୍ର ଶିଳ୍ପ ବିକାଶ ନିଗମ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଥିବାର ଘୋଷଣା କରାଯାଇଛି । ଏହି ନୂତନ ସୁବିଧାଗୁଡ଼ିକ ମୁମ୍ବାଇ ଏବଂ ପୁନେରେ ସ୍ଥାପନ କରାଯିବ । ଏୟାରଟେଲର ଏନଏକ୍ସଟ୍ରା ଅଗ୍ରଣୀ ଭାରତୀୟ ଏବଂ ବିଶ୍ୱସ୍ତରୀୟ ଉଦ୍ୟୋଗ, ହାଇପରସ୍କେଲର, ଷ୍ଟାଟ-ଅପ, ଏସ୍‌ଏମ୍‌ଇ ଏବଂ ସରକାରଙ୍କୁ ସୁରକ୍ଷିତ ଡାଟା ସେଂଟର ସେବା ପ୍ରଦାନ କରିଥାଏ । ଏନଏକ୍ସଟ୍ରାର ୧୦ଟି ବଡ଼ ଡାଟା ସେଂଟର ଏବଂ ୧୨୦ରୁ ଅଧିକ ଏଜ୍ ଡାଟା ସେଂଟରର ଦେଶବ୍ୟାପୀ ପୋର୍ଟଫୋଲିଓ ଗ୍ରାହକମାନଙ୍କୁ ସହ-ସ୍ଥାନ ସେବା, କ୍ଲାଉଡ ଭିତିଭୂମି, ପରିଚାଳିତ ହୋଷ୍ଟିଙ୍ଗ, ଡାଟା ବ୍ୟାକଅପ, ବିପର୍ଯ୍ୟୟ ପୁନରୁଦ୍ଧାର ଏବଂ ସୁଦୂର ଭିତିଭୂମି ପରିଚାଳନା ଆଦି ସୁବିଧା ପ୍ରଦାନ କରିଥାଏ । କମ୍ପାନୀ ଆଗରୁ ହିଁ ମହାରାଷ୍ଟ୍ରରେ ଦୁଇଟି ବୃହତ ଡାଟା ସେଂଟରର ପରିଚାଳନା କରୁଛି । ଏହା ସହିତ କମ୍ପାନୀର ମୁମ୍ବାଇ, ନଭି ମୁମ୍ବାଇ, ଥାନେ, ପୁନେ, ନାଗପୁର ଏବଂ କୋହ୍ଲାପୁରରେ ମଧ୍ୟ ଏକାଧିକ ଏଜ୍ ଡାଟା ସେଂଟର ରହିଛି ।
ନୀକଟରେ କାରାଇଲ ଗ୍ରୁପ ଏହାର ସଂସ୍ଥା ଜରିଆରେ ଏନଏକ୍ସଟ୍ରାରେ ୨୫% ଅଂଶଧନ ପାଇଁ ୨୩୫ ମିଲିୟନ ଆମେରିକୀୟ ଡଲାର ନିବେଶ କରିଛି । ଏନଏକ୍ସଟ୍ରା ଏହି କାରବାରରୁ ମିଳିଥିବା ଅର୍ଥକୁ ଭାରତରେ ନିଜର ଭିତିଭୂମି ଓ ସେବାଗୁଡ଼ିକୁ ସଂପ୍ରସାରିତ କରିବା ଦିଗରେ ବ୍ୟବହାର କରିବ । ଏହା ସମ୍ପର୍କରେ ଏନଏକ୍ସଟ୍ରାର ଡାଟାର ସିଇଓ ଶ୍ରୀ ରାଜେଶ ତପାଡ଼ିଆ କହିଛନ୍ତି ଯେ, “ଅତ୍ୟାଧୁନିକ ଏବଂ ଅତ୍ୟଧିକ ସୁରକ୍ଷିତ ଡାଟା ସେଂଟର ଭିତିଭୂମି ସହିତ ଆମେ ଭାରତର ଡିଜିଟାଲ ଇକୋସିଷ୍ଟମର ବିକାଶକୁ ସମର୍ଥନ କରିବା ଲକ୍ଷପଥରେ ଅଛୁ । ଡିଜିଟାଲ ଭାରତର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ଲାଗି ମହାରାଷ୍ଟରେ ଆମର ପଦଚିହ୍ନ ସାମିଲ କରି ଆମେ ବେଶ ଉତ୍ସାହିତ ।”


Share It

Comments are closed.