ନୁଭୋକୋ ପକ୍ଷରୁ ବାର୍ଷିକ ଡିଲର ସମ୍ମିଳନୀ ‘ବନ୍ଧନ’ ଆୟୋଜିତ


ଭୁବନେଶ୍ୱର: ନିର୍ମାଣ ଉପକରଣ କ୍ଷେତ୍ରରେ ଭାରତରେ ଏକ ଅଗ୍ରଣୀ ରିଟେଲର, ନୁଭୋକୋ ବିଷ୍ଟାସ୍ କର୍ପୋରେସନ ଲିମିଟେଡ ପକ୍ଷରୁ ଏହାର ଆଧୁନିକ ନିର୍ମାଣ ଉପକରଣ(ଏମବିଏମ) ଡିଲରଙ୍କ ପାଇଁ ଏକ ବାର୍ଷିକ ଡିଲର ସମ୍ମିଳନୀ ‘ବନ୍ଧନ’ ଆୟୋଜିତ ହୋଇଛି । ଗୋଟିଏ କମ୍ପାନୀ ଭାବେ ନୁଭୋକୋ ଏହାର ସମସ୍ତ ହିତାଧାରୀମାନଙ୍କ ସହ ଏକ ସମାବେଶୀ ସମ୍ବନ୍ଧ ସ୍ଥାପନ କରିବା ଉପରେ ବିଶ୍ୱାସ ରଖିଥାଏ । ସେଥିପାଇଁ ଡିଲରମାନଙ୍କର ଏହି ସମ୍ମିଳନୀ ନୁଭୋକୋର କ୍ୟାଲେଣ୍ଡରରେ ଏକ ମହତ୍ୱପୂର୍ଣ୍ଣ ଆୟୋଜନକୁ ଚିହ୍ନିତ କରିଥାଏ । ଏହି ଆୟୋଜନରେ ସାରାଦେଶର ବ୍ୟବସାୟୀମାନେ ଭାଗନେଇଛନ୍ତି, ଯାହାକି ଉଭୟ ଅଫ୍‌ଲାଇନ ଏବଂ ଅନ୍‌ଲାଇନ ମାଧ୍ୟମଗୁଡ଼ିକୁ ବେଶ ସହଜରେ ଉପଯୋଗ କରିଛି ।
ଏହି ସମ୍ମିଳନୀରେ ଚିଫ ମାର୍କେଟିଙ୍ଗ ଓ ଷ୍ଟ୍ରାଟଜି ଅଫିସର ମଧୁସ୍ମିତା ବାସୁ ଏବଂ ଚିଫ ସେଲ୍‌ସ ଅଫିସର ରାକେଶ ଜୈନ ଡିଲରମାନଙ୍କୁ ସମ୍ବୋଧିତ କରିବା ସହିତ ଚଳିତବର୍ଷର ଥିମ୍ ‘ନୟା ସବେରା’ ବା ନୂଆ ସକାଳକୁ ଉନ୍ମୋଚନ କରିଛନ୍ତି । ଏହି ଥିମ ଏହାର ଗ୍ରାହକମାନଙ୍କୁ ଉନ୍ନତମାନ, ଦୀର୍ଘସ୍ଥାୟୀ ଏବଂ ଭରସାଯୋଗ୍ୟ ସମାଧାନ ଯୋଗାଇଦେଉଥିବା ଏମବିଏମ ରେଞ୍ଜର ଉତ୍ପାଦଗୁଡ଼ିକ ଉପରେ ନୁଭୋକୋର ଗୁରୁତ୍ୱକୁ ଦର୍ଶାଉଛି । ଏହି ସମ୍ମଳନୀ ମଧ୍ୟରେ ନୁଭୋକୋର ପରିଚାଳନା ଦିର୍ଦ୍ଦେଶକ ଶ୍ରୀ ଜୟକୁମାର କ୍ରିଷ୍ଣାସ୍ୱାମୀ କମ୍ପାନୀର ଲକ୍ଷ, ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଛନ୍ତି ଏବଂ ନୁଭୋକର ସଫଳତାରେ ଏମବିଏମ ଡିଲରମାନଙ୍କର ଯୋଗଦାନର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି ।
ସେହିଭଳି ଏମବିଏମର ପ୍ରମୁଖ ଶ୍ରୀ ସରୱାର ଜରିୱାଲା ସମ୍ବନ୍ଧିତ କାର୍ଯ୍ୟକ୍ରମ ଏବଂ ପ୍ରଚାର ସହିତ ସମଗ୍ର ଏମବିଏମ ରେଞ୍ଜ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଏମବିଏମ ରେଞ୍ଜରେ ଜିରୋ ଏମ ଏବଂ ଇନଷ୍ଟାମିକ୍ସ ବ୍ରାଣ୍ଡ ରହିଛି ଯେଉଁଥିରେ ନିର୍ମାଣ ରସାୟନ, ବହୁମୁଖୀ ବନ୍ଧନ ଏବଂ ୱାଟରପ୍ରୁଫ ଏଜେଂଟ, କାନ୍ଥ ପୁଟି, ଟାଇଲ ଆଧେସିଭ, ପ୍ରସ୍‌ୁତ-ମିଶ୍ରିତ ଶୁଖିଲା ପ୍ଲାଷ୍ଟର ଏବଂ କଭର ବ୍ଲକ ଅନ୍ତର୍ଭୁକ୍ତ । ଏହି ପୁରସ୍କାର ସମାରୋହ ସାରା ଦେଶର ବିଭିନ୍ନ ଡିଲର କେନ୍ଦ୍ରଗୁଡ଼ିକରେ ଆୟୋଜନ କରାଯାଇଥିଲା ଯେଉଁଥିରେ ନୁଭୋକୋର ପ୍ରମୁଖ ଯୋଗଦାନ କରିଥିବା ଡିଲରମାନଙ୍କୁ ସମ୍ମାନିତ କରାଯାଇଛି ଏବଂ ସମସ୍ତ ପ୍ରତିଭାଗୀଙ୍କ ପାଇଁ ଏହାକୁ ଲାଇଭ ପ୍ରସାରିତ କରାଯାଇଥିଲା । କମ୍ପାନୀର ପ୍ରତିନିଧିମାନେ ବିଜେତାମାନଙ୍କୁ ବ୍ୟକ୍ତିଗତ ରୂପେ ପୁରସ୍କାରରେ ସମ୍ମାନିତ କରିଥିଲେ ।


Share It

Comments are closed.