ଦେଶରେ ୨୩ ଲକ୍ଷ ଅତିକ୍ରମ କଲା କରୋନା ସଂକ୍ରମଣ, ଗତ ୨୪ ଘଂଟା ମଧ୍ୟରେ ପୁଣି ୬୦,୯୬୧ ପଜିଟିଭ ଚିହ୍ନଟ


ଦେଶରେ କରୋନା ଭାଇରସର ସଂକ୍ରମଣର ବେଗ ଦ୍ରୁତଗତିରେ ବଢ଼ିଚାଲିଛି । ବୁଧବାର ଦିନ ପୁଣି ଦେଶରେ ୬୦,୯୬୧ ନୂଆ ମାମଲା ସାମ୍ନାକୁ ଆସିଛି । ଏହା ହେଉଛି ପଂଚମ ଦିନ ଯେଉଁଠି ଦେଶରେ ଗୋଟିଏ ଦିନରେ ୬୦ ହଜାରରୁ ଉଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩ ଲକ୍ଷ ୨୯ ହଜାର ଅତିକ୍ରମ କରିଛି । କିନ୍ତୁ ଏହା ମଧ୍ୟରେ ଆଶ୍ୱସ୍ତିର କଥା ହେଉଛି ଯେ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧୬ ଲକ୍ଷ ଅତିକ୍ରମ କରିସାରିଛି ଏବଂ ପରୀକ୍ଷଣ ମଧ୍ୟ ବଢ଼ିଛି ।

ବୁଧବାର ଦିନ ସକାଳେ ଆକଳନ ଅନୁଯାୟୀ ଗତ ୨୪ ଘଂଟା ମଧ୍ୟରେ ୮୩୪ ଲୋକଙ୍କ ମୃତ୍ୟୁ ହୋଇଛି, ଯାହାପରେ ମୃତକଙ୍କ ସଂଖ୍ୟା ୪୬,୦୯୧ରେ ପହଂଚିଛି । ସେହିଭଳି ଦେଶରେ ସଂକ୍ରମଣ ସଂଖ୍ୟା ମଧ୍ୟ ୨୩,୨୯,୬୩୮କୁ ବୃଦ୍ଧି ପାଇଛି, ଯେଉଁଥିରୁ ୬,୪୩,୯୪୮ ଜଣଙ୍କର ଚିକିତ୍ସା ଚାଳିଛି ଏବଂ ୧୬,୩୯,୫୯୯ ଜଣ ଏଥିରୁ ଆରୋଗ୍ୟେ ଲାଭ କରିଛନ୍ତି ।

ଭାରତୀୟ ଚିକିତ୍ସା ଅନୁସଂନ୍ଧାନ ପରିଷଦ (ଆଇସିଏମଆର) ପକ୍ଷରୁ ଜାରି କରଯାଇଥିବା ସଂଖ୍ୟା ଅନୁଯାୟୀ ସମଗ୍ର ଦେଶରେ ୧୧ ଅଗଷ୍ଟ ପର୍ଯ୍ୟନ୍ତ ୨,୬୦,୧୫,୨୯୭ ଜଣଙ୍କର ନମୂନା ପରୀକ୍ଷଣ କରାଯାଇଛି । ଏଥିରୁ ୭,୩୩,୪୪୯ ଜଣଙ୍କର ନମୂନାର ପରୀକ୍ଷଣ ମଙ୍ଗଳବାର ଦିନ କରାଯାଇଛି, ଯାହାକି ଏପର୍ଯ୍ୟନ୍ତ ଗୋଟିଏ ଦିନରେ କରାଯାଇଥିବା ନମୂନା ପରୀକ୍ଷଣରେ ସର୍ବାଧିକ ଅଟେ ।


Share It

Comments are closed.