ବଜାରରେ ସାମସଙ୍ଗ ଗ୍ୟାଲେକ୍ସି ଏସ୧୦ ବର୍ତ୍ତମାନ ୫୪,୯୦୦ ଟଙ୍କାରେ


ଭୁବନେଶ୍ୱର: ଭାରତର ଅଗ୍ରଣୀ ଉପଭୋକ୍ତା ଇଲେକ୍ଟ୍ରୋନିକ ଏବଂ ସ୍ମାର୍ଟଫୋନ ବ୍ରାଣ୍ଡ ସାମସଙ୍ଗ ପକ୍ଷରୁ ଆଜି ଏହାର ଫ୍ଲାଗସିପ ଗ୍ୟାଲେକ୍ସି ଏସ୧୦+, ଏସ୧୦ ଏବଂ ଏସ୧୦ଇ ଉପରେ ବିଶେଷ ଅଫରର ଘୋଷଣା କରାଯାଇଛି । ଏହି ଘୋଷଣା ସହ ଗ୍ରାହକମାନେ ବର୍ତ୍ତମାନ ଏହିସବୁ ସ୍ମାର୍ଟଫୋନ ଗୁଡ଼ିକର କ୍ରୟ ଉପରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ତୁରନ୍ତ କ୍ୟାସବ୍ୟାକ ପାଇପାରିବେ । ଏହି ଅଫର ଗୁଡ଼ିକ ଚଳିତ ବର୍ଷ ଜାନୁଆରୀ ୪ରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବୈଧ । ଗ୍ୟାଲେକ୍ସି ଏସ୧୦ ସିରିଜ ଗୁଡ଼ିକୁ ପ୍ରିମିୟମ ସ୍ମାର୍ଟଫୋନର ଆଶାୟୀ ଗ୍ରାହକମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଛି, ଯାହାକି ଏକ ଚିତାକର୍ଷକ ଏବଂ ଉନ୍ନତମାନର ଅନୁଭୂତି ପ୍ରଦାନ କରିଥାଏ । ଏହିସବୁ ଅଫରର ଘୋଷଣା ସମସ୍ତ ଅଫଲାଇନ ଏବଂ ଅନଲାଇନ ଚ୍ୟାନେଲ, ସାମସଙ୍ଗ ଅପେରା ହାଉସ-ବିଶ୍ୱର ସର୍ବବୃହତ ମୋବାଇଲ ଏକ୍ସପିରିଏନ୍ସ ସେଣ୍ଟର, ବେଙ୍ଗାଲୁର ଏବଂ ସମଗ୍ର ଭାରତରେ ଥିବା ସାମସଙ୍ଗ ଆଉଟଲେଟ ଗୁଡ଼ିକରେ ଉପଲବ୍ଧ ହେଉଛି ।
ସାମସଙ୍ଗ ଏସ୧୦ଇର ବଜାର ମୁଲ୍ୟ ମାତ୍ର ୫୫,୯୦୦ ଟଙ୍କା ଥିବାବେଳେ ଏଥିରେ ୮୦୦୦ ଟଙ୍କାର ତୁରନ୍ତ କ୍ୟାସବ୍ୟାକ ସହିତ ଏହାର ନେଟପ୍ରାଇସ ୪୭,୯୦୦ ଟଙ୍କା ରହିଛି । ଏସ୧୦ ୧୨୮ ଜିବି ସଂସ୍କରଣର ବଜାର ମୁଲ୍ୟ ୬୬,୯୦୦ଟଙ୍କା ଥିବାବେଳେ ଏଥିରେ ୧୨,୦୦୦ ଟଙ୍କାର ତୁରନ୍ତ କ୍ୟାସବ୍ୟାକ ସହିତ ଏହାର ନେଟପ୍ରାଇସ ୫୪,୯୦୦ ଟଙ୍କା ଏବଂ ଏସ୧୦ର ୫୧୨ ଜିବି ସଂସ୍କରଣର ବଜାର ମୁଲ୍ୟ ୮୪,୯୦୦ ଟଙ୍କା ଥିବାବେଳେ ଏଥିରେ ୨୦,୦୦୦ଟଙ୍କାର ତୁରନ୍ତ କ୍ୟାସବ୍ୟାକ ଓ ଏହାର ନେଟପ୍ରାଇସ ୬୪,୯୦୦ ଟଙ୍କା ରହିଛି । ସେହିଭଳି ଏସ୧୦+ ୧୨୮ ଜିବି ସଂସ୍କରଣର ବଜାର ମୁଲ୍ୟ ୭୩,୯୦୦ ଟଙ୍କା ଥିବାବେଳେ ଏଥିରେ ୧୨,୦୦୦ଟଙ୍କାର କ୍ୟାସବ୍ୟାକ ସହିତ ଏହାର ନେଟପ୍ରାଇସ ୬୧,୯୦୦ ଟଙ୍କା ରହିଛି ଏବଂ ଏସ୧୦+ ୫୧୨ ଜିବି ସଂସ୍କରଣର ବଜାର ମୁଲ୍ୟ ୯୧,୯୦୦ ଟଙ୍କା ଥିବାବେଳେ ଏଥିରେ ୧୨,୦୦୦ ଟଙ୍କାର କ୍ୟାସବ୍ୟାକ ସହିତ ନେଟପ୍ରାଇସ ୭୯,୯୦୦ ଟଙ୍କା ରହିଛି ।


Share It

Comments are closed.