ଓଡ଼ିଶାର ସ୍ପିଡ଼୍ କୁୟିନ୍ ଚାପମୂକ୍ତ


ଅନ୍ତର୍ଜାତୀୟ ଆଥେଲେଟିକ ମହାସଂଘ (ଆଇଏଏଏଫ୍) ପକ୍ଷରୁ ପ୍ରଣିତ ହେବାକୁ ଯାଉଥିବା ନୂତନ ନିୟମ ଯୋଗୁଁ ଦୂତିଙ୍କୁ ମିଳିଛି ଆଶ୍ୱସ୍ତି । ଶରୀରରେ ଆଣ୍ଡ୍ରୋଜେନର ମାତ୍ରା ଅଧିକ (ହାଇପର ଏନଡ୍ରୋଜେନ୍) ରହୁଥିବାରୁ ବିଭିନ୍ନ ଆଥେଲେଟିକ ପ୍ରତିଯୋଗିତାରେ ଭାଗନେବା ସମୟରେ ଓଡ଼ିଆ ମହିଳା ଆଥେଲେଟ୍ ତଥା ସ୍ପିଡ଼୍ କୁୟିନ୍ ଦୂତି ଚାନ୍ଦଙ୍କ ନିମନ୍ତେ ଖୁସି ଖବର । ଦିର୍ଘ ୪ ବର୍ଷହେଲା ସେ ଜେଣ୍ଡର ନିୟମକୁନେଇ ମାନସିକ ଚାପରେ ରହିଆସୁଥିଲେ । ଆଇଏଏଏଫ ପକ୍ଷରୁ ଆଥେଲେଟ ମାନଙ୍କ ନିମନ୍ତେ ଲିଙ୍ଗ ଭେଦନେଇ ‘ଡ଼ିଫରେନ୍ସ ଅଫ ସେକ୍ସୁଆଲ ଡ଼େଭଲପମେଣ୍ଟ’ ଶୀର୍ଷକ ନୂଆ ନିୟମ ଘୋଷଣା କରାଯାଇଛି । ଏହି ନିୟମ ୪୦୦ ମିଟରରୁ ୧ ମାଇଲ ପର୍ଯ୍ୟନ୍ତ ରେସ୍ ପାଇଁ ଲାଗୁ କରାଯାଇଛି । ଏହା ଅନୁଯାୟୀ କୌଣସି ଆଥେଲେଟ ଯଦି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗନେବେ ତେବେ ସେମାନଙ୍କ ରକ୍ତରେ ରହିଥିବା ଟେଷ୍ଟୋଷ୍ଟେରନ ମାତ୍ରାକୁ ୫ ଏନମଲ/ଏଲକୁ ହ୍ରାସ କରିବାକୁ ପଡ଼ିବ । ହାଇପର ଏନଡ୍ରୋଜେନ୍ ସମ୍ପର୍କିତ ନିୟମ ୪୦୦ ମିଟର, ହଡ଼ଲସ, ୮୦୦ ମିଟର, ୧୫୦୦ ମିଟର ଏବଂ ଏକ ମାଇଲ ଦୌଡ଼ରେ ଲାଗୁହେବ । କିନ୍ତୁ ଦୂତି ୧୦୦ ମିଟର ଏବଂ ୨୦୦ ମିଟର ଦୌଡ଼ରେ ଭାଗ ନେଉଥିବାରୁ ତାଙ୍କ ଉପରେ ଉକ୍ତ ନିୟମ ଲାଗୁ ହେବ ନାହିଁ ।

ପୂର୍ବରୁ ଆଇଏଏଏଫ୍ ପକ୍ଷରୁ କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ଲାଗି ମହିଳା ମାନଙ୍କ ପାଇଁ ‘ରେଗୁଲେଶନ୍ସ ଗଭର୍ଣ୍ଣି ଏଲିଜିବିଲିଟି ଅଫ ଫିମେଲସ ୱିଥ୍ ହାଇପର ଆଣ୍ଡ୍ରୋଜେନିଜିମ୍ ଟୁ କମ୍ପିଟ ଅନ୍ ଓମେନସ କମ୍ପିଟିସନ” ନିୟମ ପ୍ରଚଳିତ ହୋଇଆସୁଥିଲା । ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ଆଇଏଏଏଫ୍ କାଉନସିଲ ବୈଠକରେ ନୂଆ ନିୟମ ଗୃହିତ ହୋଇଛି, ଯାହାକି ନଭେମ୍ବର ୧ରୁ କାର୍ଯ୍ୟକାରୀ କରାଯିବ ।
ଆଇଏଏଏଫର ହାଇପର ଏନଡ୍ରୋଜେନ ନିୟମ ବିରୁଦ୍ଧରେ ଦୂତି ୨୦୧୫ରେ କାସ୍ରେ ଆବେଦନ କରିଥିଲେ । କାସ୍ ପକ୍ଷରୁ ହାଇପର ଆଣ୍ଡ୍ରୋଜେନିଜିମ୍ ନିୟମକୁ ଦୁଇ ବର୍ଷ ପାଇଁ ସସପେଣ୍ଟ କରିବା ସହ ଆବଶ୍ୟକ ପ୍ରାମାଣିକ ଯୁକ୍ତି ଉପସ୍ଥାପନା ଲାଗି ନିର୍ଦ୍ଦେଶ ଦେଇଥିଲେ । ଏହି ନିୟମକୁନେଇ ଆଇଏଏଏଫ୍ କାଉନସିଲ ସଦସ୍ୟ ତଥା ଆଥେଲେଟିକ ଫେଡ଼େରେସନ୍ ଅଫ୍ ଇଣ୍ଡିଆର ସଭାପତି, ଅଦିଲ ସାମିରୱାଲା ନିଜର ଖୁସି ବ୍ୟକ୍ତ କରିବା ସହିତ ଦୂତିଙ୍କଲାଗି ୧୦୦ ମିଟର ଏବଂ ୨୦୦ ମିଟର ଠିକ୍ ଅଛିବୋଲି କହିଛନ୍ତି ।


Share It

Comments are closed.