ଏବେ ବ୍ୟାଙ୍କରେ ଜମା ଟଙ୍କା ବୁଡ଼ିଗଲେ ଆପଣଙ୍କୁ ମିଳିବ ୫ ଗୁଣା ଟଙ୍କା


ବର୍ତମାନ ସମୟରେ ବ୍ୟାଙ୍କରେ ଟଙ୍କା ରଖିବା ପରେ ମଧ୍ୟ ଲୋକଙ୍କ ମନରେ ଏହାର ସୁରକ୍ଷାକୁ ନେଇ ଚିନ୍ତା ସବୁବେଳେ ରହୁଛି ଏବଂ ଏହା ହେବା ସ୍ବାଭାବିକ ମଧ୍ୟ । ଅନେକଙ୍କ ମନରେ ଟଙ୍କା ବୁଡ଼ିଯିବାର ଆଶଙ୍କା ମଧ୍ୟ ରହିଥାଏ । ତେବେ ବର୍ତ୍ତମାନ ମନରୁ ଏହି ଧାରଣା ଦୂରେଇ ଦିଅନ୍ତୁ । କାରଣ ବ୍ୟାଙ୍କ ବୁଡ଼ିଗଲେ ଏବେ ଖାତାଧାରୀ ବୀମା ସଂରକ୍ଷଣ ଅନୁସାରେ ଜମାର ୫ ଗୁଣ ଅଧିକ ଟଙ୍କା ଫେରିପାଇବେ । ଏଥିପାଇଁ ସରକାର ଡିଆଇସିଜିସି ଆଇନ୍‌ରେ ସଂଶୋଧନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏଥିରେ ସଙ୍କଟ ସମୟରେ ଜମାକାରୀଙ୍କ ୫ ଲକ୍ଷ ଟଙ୍କାର ଜମା ରଶି ଉପରେ ବୀମା ସଂରକ୍ଷଣ ହେବ ।

ଅର୍ଥମନ୍ତ୍ରୀ ମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ବଜେଟ୍‌ ଭାଷଣରେ କହିଥିଲେ ଯେ, ସରକାର ଜମା ବୀମା ଏବଂ ଋଣ ଗ୍ୟାରେଣ୍ଟି ନିଗମ ଡିଆସିଜିସିର ଆଇନ୍‌ରେ ସଂଶୋଧନ କରି ବୀମା ସରକ୍ଷଣକୁ ପାଞ୍ଚଗୁଣା କରି ପାଞ୍ଚ ଲକ୍ଷ ଟଙ୍କା କରିବା ପାଇଁ ଘୋଷଣା କରୁଛନ୍ତି । ଏହି ସୁବିଧା ଯେଉଁ ବ୍ୟାଙ୍କ ସଙ୍କଟ ପରିସ୍ଥିତି ଦେଇ ଗତି କରୁଛି ସେମାନଙ୍କ ଖାତାଧାରୀଙ୍କୁ ମିଳିପାରିବ । ଡିଆଇସିଜିସି ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରତିବନ୍ଧିତ । ଏହା ବ୍ୟାଙ୍କର ବୀମା ନିମିତ୍ତ କାର୍ଯ୍ୟକରିଥାଏ । ବର୍ତ୍ତମାନ ପରିସ୍ଥିତିରେ ପଞ୍ଜାବ ଏବଂ ମହାରାଷ୍ଟ୍ର କୋ-ଅପରେଟିଭ୍‌ ବ୍ୟାଙ୍କ ଏବଂ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସଙ୍କଟ ସ୍ଥିତିରେ ରହିଛି ।

ଅର୍ଥମନ୍ତ୍ରୀଙ୍କ ଦ୍ୱାରା ସୋମବାର ସଂସଦରେ ଉପସ୍ଥାପିତ ବଜେଟ୍‌ରେ ରକ୍ଷା କ୍ଷେତ୍ରରେ ଆଂଶିକ ବୃଦ୍ଧି କରାଯାଇଛି । ଏଥିରେ ପାଖାପାଖି ୪.୭୮ ଲକ୍ଷ କୋଟି ଟଙ୍କାର ଘୋଷଣା ହୋଇଛି । ଯାହାକି ପୂର୍ବ ବର୍ଷ ୪.୭୧ ଲକ୍ଷ କଟି ଥିଲା । ଏହାଛଡ଼ା ପୂର୍ବ ଲଦାଖରେ ସୀମା ପାର କରୁଥିବା ଚୀନ୍‌ର ଗତିରୋଧ କରିବା ପାଇଁ ୨୦ ହଜାର ୭ ଶହ ୭୬ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କିଣିବା ପାଇଁ ବଜେଟ୍‌ରେ ଅତିରିକ୍ତ ଖର୍ଚ୍ଚ କରାଯିବା ନେଇ ଘୋଷଣା କରାଯାଇଛି ।


Share It

Comments are closed.