ଏନସିବି ଅଫିସରେ ବିଳମ୍ବରେ ପହଂଚିବାରୁ ଅନନ୍ୟାଙ୍କ କ୍ଲାସ ନେଲେ ୱାଙ୍ଖଡେ, ଦେଖନ୍ତୁ କଣ କହିଲେ


ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ପ୍ରତିଦିନ ନୂଆ ଖୁଲାସା କରାଯାଉଛି। ଆର୍ଯ୍ୟନ୍ ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଚାଟ୍ ସାମ୍ନାକୁ ଆସିବା ପରେ ଏନସିବି ଅନୁସନ୍ଧାନର ପରିସର ବୃଦ୍ଧି କରିଛି। ଡ୍ରଗ୍ସ ମାମଲାରେ ବର୍ତ୍ତମାନ ଆର୍ଯ୍ୟନ ଖାନ ଜେଲରେ ଥିବାବେଳେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମଧ୍ୟ ଏନସିବି ଅଧୀନରେ ଆସିଛନ୍ତି। ଶୁକ୍ରବାର ଦିନ ଅନନ୍ୟା ପାଣ୍ଡେଙ୍କୁ ଏହି ମାମଲାରେ ଦ୍ୱିତୀୟ ଥର ପଚରାଉଚରା କରାଯାଇଥିଲା, କିନ୍ତୁ ସେ ଠିକ୍ ସମୟରେ ଏନସିବି କାର୍ଯ୍ୟାଳୟରେ ପହଞ୍ଚି ନଥିଲେ, ଯେଉଁଥିପାଇଁ ଅନନ୍ୟାଙ୍କୁ ତାଗିଦ କରାଯାଇଥିଲା।

ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଅନନ୍ୟାଙ୍କୁ ବିଳମ୍ବ ହେତୁ ତାଗିଦ୍ କରି କହିଛନ୍ତି, ‘ତୁମକୁ ସକାଳ ୧୧ ଟାରେ ଡକାଯାଇଥିଲା, ତୁମେ ବର୍ତ୍ତମାନ ଆସୁଛ। ଅଧିକାରୀମାନେ ତୁମକୁ ଅପେକ୍ଷା କରି ବସି ନାହାଁନ୍ତି। ଏହା ତୁମର ପ୍ରଡକ୍ସନ୍ ହାଉସ୍ ନୁହେଁ, ଏହା ସେଣ୍ଟ୍ରାଲ୍ ଏଜେନ୍ସିର ଅଫିସ୍, ତୁମକୁ ଯେଉଁ ସମୟରେ ଡକାଯିବ ସେହି ସମୟରେ ଆସି ପହଞ୍ଚିଯିବ।’

ଏନସିବି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଦ୍ୱିତୀୟ ଥର ୧୧ ଟା ସମୟରେ ପଚରାଉଚରା ପାଇଁ ହାଜର ହେବାକୁ କହିଥିଲେ କିନ୍ତୁ ଅନନ୍ୟା ୧୧ ଟା ପରିବର୍ତ୍ତେ ୨ ଘଣ୍ଟା ପରେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏନସିବି ଶୁକ୍ରବାର ଦିନ ଅନନ୍ୟା ପାଣ୍ଡେଙ୍କୁ ୪ ଘଣ୍ଟା ପ୍ରଶ୍ନ କରିଥିଲା। ଗୁରୁବାର ମଧ୍ୟ ଏନସିବି ଅନନ୍ୟାଙ୍କୁ ଏହି ମାମଲାରେ ୨ ଘଣ୍ଟା ପ୍ରଶ୍ନ କରିଥିଲା। ସୋମବାର ପୁଣି ଥରେ ପଚରାଉଚରା ପାଇଁ ଅନନ୍ୟା ପାଣ୍ଡେଙ୍କୁ ଏନସିବି ପକ୍ଷରୁ ଡକାଯାଇଛି।


Share It

Comments are closed.